୧୫ ହଜାର ଟଙ୍କାର ବ୍ୟବସାୟକୁ ୨୦ ଲକ୍ଷରେ ପହଞ୍ଚାଇଲେ ସ୍ୱର୍ଣଲତା

Advertisment

ରାଇରଙ୍ଗପୁର ବ୍ଲକ୍ ପୁରୁଣାପାଣି ଗ୍ରାମପଞ୍ଚାୟତର ପୁରୁଣାପାଣି ଗ୍ରାମର ନବକିଶୋର ମହାନ୍ତଙ୍କ ସ୍ତ୍ରୀ ସ୍ୱର୍ଣଲତା ମହାନ୍ତ ୨୦୦୬ ମସିହାରେ ଗ୍ରାମର ୧୦ ଜଣ ମହିଳାଙ୍କୁ ନେଇ ‘ଜୟ ଗୋରାମ୍’ ନାମକ ଏକ ସଂୟସହାୟକ ଗୋଷ୍ଠୀ କରିଥିଲେ। ୧୫ ହଜାର ଟଙ୍କାର ବ୍ୟବସାୟକୁ ଏବେ ଲକ୍ଷାଧିକ ଟଙ୍କାରେ ପହଞ୍ଚାଇଛନ୍ତି।

ରାଇରଙ୍ଗପୁର ବ୍ଲକ୍ ପୁରୁଣାପାଣି ଗ୍ରାମପଞ୍ଚାୟତର ପୁରୁଣାପାଣି ଗ୍ରାମର ନବକିଶୋର ମହାନ୍ତଙ୍କ ସ୍ତ୍ରୀ ସ୍ୱର୍ଣଲତା ମହାନ୍ତ ୨୦୦୬ ମସିହାରେ ଗ୍ରାମର ୧୦ ଜଣ ମହିଳାଙ୍କୁ ନେଇ ‘ଜୟ ଗୋରାମ୍’ ନାମକ ଏକ ସଂୟସହାୟକ ଗୋଷ୍ଠୀ କରିଥିଲେ। ୧୫ ହଜାର ଟଙ୍କାର ବ୍ୟବସାୟକୁ ଏବେ ଲକ୍ଷାଧିକ ଟଙ୍କାରେ ପହଞ୍ଚାଇଛନ୍ତି।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ୧୫ ହଜାର ଟଙ୍କାରୁ ବ୍ୟବସାୟ ଆରମ୍ଭ କରି ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ପହଂଚାଇ ପାରିଛନ୍ତି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ଉଦ୍ୟୋଗୀ ସ୍ୱର୍ଣଲତା ମହାନ୍ତ। ରାଇରଙ୍ଗପୁର ବ୍ଲକ୍ ପୁରୁଣାପାଣି ଗ୍ରାମପଞ୍ଚାୟତର ପୁରୁଣାପାଣି ଗ୍ରାମର ନବକିଶୋର ମହାନ୍ତଙ୍କ ସ୍ତ୍ରୀ ସ୍ୱର୍ଣଲତା ମହାନ୍ତ ୨୦୦୬ ମସିହାରେ ଗ୍ରାମର ୧୦ ଜଣ ମହିଳାଙ୍କୁ ନେଇ “ଜୟ ଗୋରାମ୍’ ନାମକ ଏକ ସଂୟସହାୟକ ଗୋଷ୍ଠୀ କରିଥିଲେ। ପ୍ରଥମେ ୨୦୦୬ ମସିହାରେ ମାତ୍ର ୧୫ ହଜାର ଟଙ୍କା ଋଣ ନେଇ ଧାନ ଓ ଚାଉଳ ବ୍ୟବସାୟ ଆରମ୍ଭ କରି ପୁଂଜି ବଢାଇଥିଲେ। ପରବର୍ତୀ ସମୟରେ ୨୪ ହଜାର ଟଙ୍କାର ଋଣ ନେଇଥିଲେ।

ସେହିପରି ୨୦୦୮ ମସିହାରେ ୬୦ ହଜାର ଟଙ୍କାର ଋଣ ନେଇ ବ୍ୟବସାୟକୁ ବଢାଇଥିଲେ ମହିଳା ଗୋଷ୍ଠୀ। ବର୍ତମାନ ସୁଦ୍ଧା ୧୦ ଲକ୍ଷ ଟଙ୍କାର ଋଣ ନେଇ ବ୍ୟବସାୟକୁ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ପହଂଚାଇ ପାରିଛନ୍ତି। ସଂୟ ସହାୟକ ଗୋଷ୍ଠୀ ପକ୍ଷରୁ ସ୍କୁଲ ଓ ଅଙ୍ଗନବାଡି ପାଇଁ ଛାତ୍ରଛାତ୍ରୀଙ୍କ ପୋଷାକ ସିଲେଇ, ଧୂପ ତିଆରି ମେସିନ, କରୋନା ସମୟରେ ସଂଗରୋଧରେ ଖାଦ୍ୟ ଯୋଗାଇବା, ଧାନ ଚାଷ, କୁକୁଡା ଚାଷ ସମେତ ମାଣ୍ଡିଆ ଚାଷ କରିବା ସହିତ ମାଣ୍ଡିଆରେ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରୁଛନ୍ତି।

publive-image

ସ୍ୱର୍ଣଲତା ମହାନ୍ତ ନିଜର ଉଦ୍ୟମ ବଳରେ ରୋଜଗାରକ୍ଷମ ହୋଇପାରିଛନ୍ତି। ଏଥି ସହିତ ସେ ଗ୍ରାମର ୧୦ ଜଣ ମହିଳାଙ୍କୁ ରୋଜଗାରକ୍ଷମ କରାଇ ଅଂଚଳ ପାଇଁ ଉଦାହରଣ ପାଲଟିଛନ୍ତି। 

ଏହା ବ୍ୟତୀତ ବ୍ୟାଙ୍କ୍ ସବସିଡି ପାଇ ଗୋଷ୍ଠୀ ପକ୍ଷରୁ ପାୱାର ଟିଲର୍, ଚୁନା ଓ ଅଟା ତିଆରି ମେସିନ, ଧାନରୁ ଚାଉଳ ତିଆରି ମେସିନ୍, ମୁଢି ଭଜା ମେସିନ, ତେଲ ପେଡା ମେସିନ୍, ଡାଲି ଭଙ୍ଗା ମେସିନ ପ୍ରଭୃତି କିଣିଛନ୍ତି। ସେଥିରୁ ମଧ୍ୟ ସେମାନେ ଭଲ ରୋଜଗାର କରୁଛନ୍ତି। ସ୍ୱର୍ଣଲତା ନିଜର ଉଦ୍ୟମ ଯୋଗୁଁ ସେ ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି। ଏଥି ସହିତ ‌ସେ ଗ୍ରାମର ୧୦ ଜଣ ମହିଳାଙ୍କୁ ରୋଜଗାରକ୍ଷମ କରାଇ ଅଂଚଳ ପାଇଁ ଉଦାହରଣ ପାଲଟିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe