ବଦଳିବନି ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଢାଞ୍ଚା: ୨୭ରେ ହେବ ପରୀକ୍ଷା, ପରୀକ୍ଷାକେନ୍ଦ୍ର ପରିବର୍ତ୍ତନ କରାଯିବ ନାହିଁ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ୨୭ରେ ହେବାକୁ ଥିବା ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି)ର ପ୍ରଶ୍ନପତ୍ରର ଢାଞ୍ଚା (ପାଟର୍ନ) ବଦଳିବ ନାହିଁ। କିନ୍ତୁ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ।

otet 4

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ୨୭ରେ ହେବାକୁ ଥିବା ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି)ର ପ୍ରଶ୍ନପତ୍ରର ଢାଞ୍ଚା (ପାଟର୍ନ) ବଦଳିବ ନାହିଁ। କିନ୍ତୁ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ପରୀକ୍ଷାର୍ଥୀମାନେ ବିନା ଦ୍ବନ୍ଦ୍ବ ଓ ବିନା ଭୟରେ ପରୀକ୍ଷା ଦେବାକୁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ଶ୍ରୀ ତରାଇ କହିଛନ୍ତି ଯେ, ପରୀକ୍ଷାରେ ବିଭ୍ରାଟ ରୋକିବାକୁ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ପ୍ରଧାନ୍ୟ ଦିଆଯାଇଛି। ଜିଲ୍ଲା ପ୍ରଶାସନ ନିଜ ଜିଲ୍ଲାରେ ଥିବା ପରୀକ୍ଷାକେନ୍ଦ୍ର ଓ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଗୁରୁତ୍ବ ଦେବେ।

ସିବିଏସ୍‌ଇ ଭଳି ପ୍ରଶ୍ନପତ୍ର ଓ ଉତ୍ତରଖାତା ପରିବହନ ସମୟରେ ବୋର୍ଡ ଟ୍ରଙ୍କ୍ କଣ୍ଟେନର୍‌ ସହ ଡିଜିଟାଲ୍‌ ‌ଲକର୍‌ ବ୍ୟବହାର କରିବ। କିନ୍ତୁ ପ୍ରଶ୍ନପତ୍ର ଢାଞ୍ଚା ଅପରିବର୍ତ୍ତିତ ରହିବ। ସେହିପରି ସ୍ବତନ୍ତ୍ର ଓଟିଇଟି ପାଇଁ ଚୟନ ହୋଇଥିବା ପରୀକ୍ଷାକେନ୍ଦ୍ର ମଧ୍ୟ ପରିବର୍ତ୍ତନ କରାଯିବ ନାହିଁ। ପୂର୍ବରୁ ସ୍ଥିର ହୋଇଥିବା ୧୯୩ଟି ‌କେନ୍ଦ୍ରରେ ସ୍ବତନ୍ତ୍ର ଓଟିଇଟି ଅନୁଷ୍ଠିତ ହେବ। କେବଳ ପରୀକ୍ଷା ତାରିଖ ପରିବର୍ତ୍ତନ ହୋଇଥିବାରୁ ପରୀକ୍ଷାର୍ଥୀଙ୍କୁ ଆସନ୍ତା ୧୭ତାରିଖରୁ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ନୂଆ ଆଡ୍‌ମିଟ୍‌କାର୍ଡ ମିଳିବ। ପରୀକ୍ଷାର୍ଥୀମାନେ ମନରେ କିଛି ଦ୍ବନ୍ଦ୍ବ ନ ରଖି ଆରାମରେ ପରୀକ୍ଷା ଦେବାକୁ ସଭାପତି ଶ୍ରୀ ତରାଇ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ,‌ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଆସନ୍ତା ୨୭ତାରିଖରେ ହେବ। ପେପର୍‌-୧ ପରୀକ୍ଷା ପ୍ରଥମ ସିଟିଂ ସକାଳ ୯ଟାରୁ ସାଢ଼େ ୧୧ଟାରେ ଓ ପେପର୍‌-୨ ପରୀକ୍ଷା ଦ୍ବିତୀୟ ସିଟିଂ ଅପରାହ୍‌ଣ ୨ଟାରୁ ସାଢ଼େ ୪ଟାରେ ପର୍ଯ୍ୟନ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe