ଏନଏନଇୟୁ ଶ୍ରମିକ ସଙ୍ଗଠନର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ

Advertisment
ଏନଏନଇୟୁ ଶ୍ରମିକ ସଙ୍ଗଠନର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ

ନାଲକୋନଗର : ନାଲକୋ ନନ୍‌ ଏକ୍‌ଜୁକ୍ୟୁଟିଭ୍ ଏମ୍ପ୍ଲୟ ୟୁନିୟନ (ଏନଏନଇୟୁ) କାର୍ଯ୍ୟାଳୟରେ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ସମାରୋହ ଉତ୍ସବ ରବିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ସଂଗଠନର ସଭାପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ନିର୍ମଳ ଶତପଥୀ ମଞ୍ଚ ପରିଚାଳନା କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଜିର ଶପଥ ଗ୍ରହଣ ସମାରୋହରେ ମୁଖ୍ୟ ଅତିଥି ଭାବେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା, ମଞ୍ଚାସିନ ଅତିଥି ମାନବ ସମ୍ବଳ ମହା ପ୍ରବନ୍ଧକ ସତ୍ୟନନ୍ଦ ସାହୁ, ଜିଏମ ସିପିପି ସରୋଜ ମିଶ୍ର ଉପସ୍ଥିତ ଥିଲେ।

ଆଜିର ସଭାରେ ସଭାପତି ଭାବେ ଅନଗୁଳ ବିଧାୟକ ରଜନୀକାନ୍ତ ସିଂ, ସମ୍ପାଦକ ହାଡ଼ିବନ୍ଧୁ ବାରିକ, ଶ୍ରୀ ମୋରୀସ୍ କୁଲୁ, କାର୍ଯ୍ୟକାରୀ ସଭାପତି ଭାବେ ନିର୍ମଳ ଶତପଥୀ, ସୁଶାନ୍ତ ସାମଲ, ଚନ୍ଦ୍ରମଣି ବିଶ୍ୱାଳ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ପ୍ରଶାନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଅଜୟ ନାୟକ, ରଞ୍ଜିତ ସାମଲ, ମୁଖ୍ୟଉପଦେଷ୍ଟା ଭାବେ ସମ୍ବଲପୁରର ପୂର୍ବତନ ଏମ.ପି ନଗେନ୍ଦ୍ର ପ୍ରଧାନ, ପଲଟିକାଲ ମୁଖ୍ୟଉପଦେଷ୍ଟା ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଏଚଏମଏସ୍ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ବିଜେଡ଼ି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ଓ ଏଚଏମଏସ୍ ର ଡେପୁଟି ଜେନେରାଲ ସେକ୍ରେଟାରୀ ବିରେନ୍ଦ୍ର ପ୍ରସାଦ ମିଶ୍ର ଦାସ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ନାଲକୋ ପ୍ଲାଣ୍ଟର ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ବିଭାଗରେ ୧୨୦ ସଦସ୍ୟଙ୍କୁ ତଦାରଖ କରିବା ନିମନ୍ତେ ଦାୟିତ୍ୱ ଗ୍ରହଣ କରିଥିଲେ। ସଭା ଶେଷରେ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe