ଝାଡୁଦାର ଇଞ୍ଜେକ୍ସନ ଦେବା ଘଟଣା: ହଟିଲେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ

Advertisment
ଝାଡୁଦାର ଇଞ୍ଜେକ୍ସନ ଦେବା ଘଟଣା: ହଟିଲେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ

Verywell Health

କୋରେଇ: କୋରେଇ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଝାଡୁଦାର ରୋଗୀଙ୍କୁ ଇଂଜେକ୍ସନ ଦେବା ଘଟଣା ମହଙ୍ଗା ପଡିଛି ସ୍ବାସ୍ଥ୍ୟ ଅଧିକାରୀଙ୍କୁ। ଦାୟିତ୍ବରେ ଥିବା ସମ୍ପୃକ୍ତ ଅଧିକାରୀଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ମେଡିକାଲର ଅନ୍ୟଜଣେ ଅଭିଜ୍ଞ ଡାକ୍ତର ଡ. ଅଭିନାଶ ନନ୍ଦଙ୍କୁ କୋରେଇ ମେଡିକାଲ୍ ସ୍ବାସ୍ଥ୍ୟ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି।

ଏନେଇ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ସଂଖ୍ୟା– ୨୫୦୮ ଜରିଆରେ ସିଡିଏମ୍ଓ ଡା. ବିରଂଚି ବାରିକ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ପୂର୍ବରୁ ଦାୟିତ୍ବରେ ଥିବା ଡା. ତାପସ ବେହେରାଙ୍କ ବଦଳରେ ଡା. ନନ୍ଦଙ୍କୁ ମେଡିକାଲ ପରିଚାଳନା ଦାୟିତ୍ବ ଦିଆଯିବା ସହିତ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ଦାୟିତ୍ବ ମଧ୍ୟ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe