ସ୍ୱାଇନ୍‌ ଫ୍ଲୁରେ ପାଟଣାଗଡ଼ କଲେଜ କର୍ମଚାରୀ ମୃତ

Advertisment
ସ୍ବାଇନ୍ ଫ୍ଲୁ’ ଆକ୍ରାନ୍ତଙ୍କ  ସଂଖ୍ୟା ୫୦ ଡେଇଁଲା

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ସ୍ଥିତ ଜବାହରଲାଲ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ଡେମନ୍‌ଷ୍ଟ୍ରେଟର ଭାବେ କାମ କରୁଥିବା କେଶବ ପଧାନ (୪୯) ସ୍ୱାଇନ୍‌ ଫ୍ଲୁରେ ବୁଧବାର ଭୋରରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍‌ପିଟାଲ୍‌ରେ ପ୍ରାଣ ହରାଇଛନ୍ତି। ଏହି ଖବର ମିଳିବା ପରେ ପାଟଣାଗଡ଼ ସହରରେ ଶୋକର ଛାୟା ଖେଳି ଯାଇଛି। ଗତ ଅଗଷ୍ଟ ୨୮ ତାରିଖରେ ସ୍ୱଗର୍ତ ପଧାନଙ୍କୁ ଜ୍ୱର ହୋଇଥିଲା। ପ୍ରଥମେ ପାଟଣାଗଡ଼ରେ ଚିକିତ୍ସିତ ହେବା ପରେ ବୁର୍ଲା ସ୍ଥାନାନ୍ତର କରା ଯାଇଥିଲା। ବୁର୍ଲାରେ ପରୀକ୍ଷା କରାଯିବାରୁ ତାଙ୍କୁ ସ୍ୱାଇନ୍‌ ଫ୍ଲୁ ହୋଇଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଭୁବନେଶ୍ୱର କଳିଙ୍ଗ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ଅପରାହ୍ନରେ ମୃତ ଦହକୁ ପାଟଣାଗଡ଼ସ୍ଥିତ ତାଙ୍କ ବାସଭବନକୁ ଅଣା ଯାଇଥିଲା। ସନ୍ଧ୍ୟାରେ ଅନ୍ତେଷ୍ଟି କ୍ରିୟା କରା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe