ପୁଣି ସ୍ବାଇନ୍ ଫ୍ଲୁ! ରାଜଧାନୀରେ ୨ ଆକ୍ରାନ୍ତ

Advertisment
ସ୍ବାଇନ୍ ଫ୍ଲୁ ପାଇଁ ସତର୍କ ରୁହ

Glocal Khabar

ଭୁବନେଶ୍ବର : ୨ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣିଥ‌ରେ ସ୍ବାଇନ୍ ଫ୍ଲୁ(ଏଚ୍‌୧ଏନ୍‌୧) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଆକ୍ରାନ୍ତ ହେଉଛନ୍ତି ରାଜଧାନୀର। ଦୁହେଁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ କୋଭିଡ ଲହର ଥମି ଯାଇଥିବା ବେଳେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହେବା କାରଣରୁ ଏହା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡ଼ି ନାହିଁ। ସେମାନେ ବାହାରକୁ ଯାଇ ଆକ୍ରାନ୍ତ ହୋଇଛନ୍ତି କି ସ୍ଥାନୀୟ ଭାବେ କାହାଠାରୁ ସେମାନଙ୍କୁ ବ୍ୟାପିଛି ତାହା ସନ୍ଦେହ ଘେରରେ ରହିଛି। ଯେଉଁ ଅଞ୍ଚଳରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଠାରେ ଆଉ କେତେ ଜଣ ଆକ୍ରାନ୍ତ ଅଛନ୍ତି ସେଠାରେ ଅନ୍ୟ ଲୋକଙ୍କ ପରୀକ୍ଷା ପରେ ସ୍ପଷ୍ଟ ହୋଇପାରିବ।

୨୦୦୯ ମସିହାରେ ରାଜ୍ୟରେ ପ୍ରଥମଥର ଲାଗି ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୦୧୬ରେ ରାଜ୍ୟରେ ଜଣେ ମାତ୍ର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧୭ ମସିହାରେ ରାଜ୍ୟରେ ସ୍ବାଇନ୍ ଫ୍ଲୁ ଶୀର୍ଷକୁ ଛୁଇଁଥିଲା। ସେହିବର୍ଷ ରାଜ୍ୟରେ ୪୧୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ଓ ୫୪ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe