ଭୁବନେଶ୍ୱର : ରାଜ୍ୟରେ ଚଳିତବର୍ଷ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ସଂଖ୍ୟା ୪୦୦ ଟପିଛି। ସୋମବାର ୩ଟି ସ୍ୱାବ୍ ନମୁନା ପଜିଟିଭ୍ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୪ରେ ପହଞ୍ଚିଛି। ୩ ଆକ୍ରାନ୍ତ ମୟୂରଭଞ୍ଜ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ଏସ୍ସିବିରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ରାଜଧାନୀ ଓ କଟକର ଦୁଇଟି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିରେ ଜଣେ ପୁରୁଷ ଥିବା ବେଳେ ଅନ୍ୟ ୨ଜଣ ମହିଳା ବୋଲି ଜଣାପଡ଼ିଛି। ଅପରପକ୍ଷରେ ଚଳିତବର୍ଷ ସ୍ୱାଇନ୍ ଫ୍ଲୁରେ ଏଯାଏ ମୋଟ ୫୨ଜଣଙ୍କର ମୃତ୍ୟୁ ହୋଇଛି।
ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଲା
Advertisment
Follow Us