ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆର ରାଷ୍ଟ୍ରଦୂତ

Advertisment

ଆମେରିକାର ସବୁ ନୀତି ବିଫଳ ହୋଇଛି

ଆମେରିକାର ସବୁ ନୀତି ବିଫଳ ହୋଇଛି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆର ରାଷ୍ଟ୍ରଦୂତ

ଭୁବନେଶ୍ବର : ସିରିଆର ରାଷ୍ଟ୍ରଦୂତ ରିଆଦ କମେଲ ଆବାସ ଆଜି ‌ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମରେ ଶ୍ରୀ ଆବାସ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ଲୋକଙ୍କ ଜୀବନ ଶୈଳୀ ପରିବର୍ତ୍ତନ ହୋଇପାରିଛି। ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ମିଳିମିଶି କାମ କରିବାକୁ ଆଲୋଚନା ହୋଇଥିଲା।

ଆମେରିକାକୁ ସମାଲୋଚନା କରି ସିରିଆ ରାଷ୍ଟ୍ରଦୂତ କହିଲେ, ଆମେରିକାର କୌଣସି ନୀତି ଉପରେ ବିଶ୍ବାସ ନାହିଁ କି ଆସ୍ଥା ନାହିଁ। ଆମେରିକାର ସବୁ ନୀତି ବିଫଳ ହୋଇଛି। ମଧ୍ୟ ପ୍ରାଚ୍ୟ ପାଇଁ ତାହାର କୌଣସି କାର୍ଯ୍ୟ ସଫଳ ହୋଇନି। କାରଣ ଆମେରିକା କାହାକୁ ନେଇ ଚାଲୁନି। ଯେଉଁଠି ଆମେରିକା ଅଛି, ସେଠି ବିପଦ ଅଛି। ଆମେରିକାକୁ ମଧ୍ୟ ପ୍ରାଚ୍ୟରେ କିଏ ଡାକିଥିଲା ? ସେମାନେ ଲୋକଙ୍କ କଲ୍ୟାଣ ପାଇଁ ସେଠାକୁ ଆସି ନ ଥିଲେ। ଇରାନ୍ ଓ ଆରବ ଦେଶରେ ଆମେରିକା ନିଜ ଇଚ୍ଛାରେ ବାହ୍ୟ ହସ୍ତକ୍ଷେପ କରି ଯୁଦ୍ଧ ଚାହୁଁଛି ବୋଲି ଶ୍ରୀ ଆବାସ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe