ଏଣିକି ତହସିଲ୍‌କୁ ଧାଇଁବାକୁ ପଡ଼ିବନି

Advertisment

ରାଜସ୍ୱ ମାମଲା ଅନୁଧ୍ୟାନ ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ

ରାଜସ୍ୱ ମାମଲା ଅନୁଧ୍ୟାନ ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ

ଏଣିକି ତହସିଲ୍‌କୁ ଧାଇଁବାକୁ ପଡ଼ିବନି

ଭୁବନେଶ୍ୱର: ଏଣିକି ରାଜସ୍ୱ ମାମଲାରେ ଆଉ ହଇରାଣ ହରକତ ହେବାକୁ ପଡ଼ିବନି। ପ୍ରତି କାମ ପାଇଁ ତହସିଲ୍‌ କିମ୍ବା ରାଜସ୍ୱ କାର୍ଯ୍ୟାଳୟକୁ ଧାଇଁବାକୁ ପଡ଼ିବନାହିଁ। ଫଳରେ ରାଜସ୍ୱ ମାମଲାରେ ଦଲାଲ ବା ଲାଞ୍ଚୁଆ କର୍ମଚାରୀଙ୍କ ଦୌରାତ୍ମ୍ୟରୁ ବ୍ୟକ୍ତି ରକ୍ଷା ପାଇପାରିବେ। ସେହି ବ୍ୟକ୍ତି ଘରେ ବସି ହେଉ ବା କମ୍ପ୍ୟୁଟର ସହାୟତାରେ ଅନ୍‌ଲାଇନ ଯୋଗେ ନିଜ ମାମଲାର ସ୍ଥିତି ସଂପର୍କରେ ଜାଣିପାରିବେ। ଆଜି ସଚିବାଳୟର ରାଜସ୍ୱ ବିଭାଗ ପରିସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅନ୍‌ଲାଇନ ଯୋଗେ ରାଜସ୍ୱ ମାମଲା ଅନୁଧ୍ୟାନ ବ୍ୟବସ୍ଥା(ଆରସିସିଏମ୍‌ଏସ୍‌) ଆରମ୍ଭ କରିଛନ୍ତି। ଏହି ଅନ୍‌ଲାଇନ ବ୍ୟବସ୍ଥାରେ ହିଁ ଜଣେ ଆବେଦନକାରୀ ରାଜସ୍ୱ ମାମଲାର ସ୍ଥିତି ଜାଣିହେବ। ଏଥିପାଇଁ ଆବେଦନକାରୀ ଜଣକ ଅନ୍‌ଲାଇନ ଯୋଗେ ବ୍ୟବସ୍ଥାରେ ପ୍ରବେଶ କଲେ ତାଙ୍କ ମୋବାଇଲ୍‌କୁ ଏସ୍‌ଏମ୍‌ଏସ୍‌ ଯୋଗେ ରାଜସ୍ୱ ମାମଲା ନମ୍ବର, ୟୁଜର୍‌ ଆଇଡି, ପାସ୍‌ଓ୍ଵାର୍ଡ ଆସିବ। ସେଗୁଡ଼ିକ ବ୍ୟବହାର କରି ଆରସିସିଏମ୍‌ଏସ୍‌ରେ ପ୍ରବେଶ କଲେ, ସଂପୃକ୍ତ ରାଜସ୍ୱ ଅଧିକାରୀ ଅନ୍‌ଲାଇନ ଯୋଗେ ମାମଲା ନେଇ ମନ୍ତବ୍ୟ ସହିତ ଆଦେଶନାମା ପ୍ରଦାନ କରିବେ। ଏହା ଫଳରେ ଆବେଦକାରୀ ନିଜ ମାମଲାର ଅଗ୍ରଗତି ସଂପର୍କିତ ସୂଚନା ପାଇ ପରବର୍ତୀ ପଦକ୍ଷେପ ନେଇପାରିବେ ବୋଲି ରାଜସ୍ୱ ବିଭାଗ ଅତିରିକ୍ତ ସଚିବ ସଂଗ୍ରାମ ମହାପାତ୍ର ବିସ୍ତତ ଭାବେ ବୁଝାଇଥିଲେ। ଏହି ଅବସରରେ ଅଧିକରୁ ଅଧିକ ସଂଖ୍ୟକ ଅଧିକାରୀ ସୂଚନା ଓ ପ୍ରଯୁକ୍ତିବିଦ୍ୟାକୁ ଆୟତ୍ତ କଲେ ତାହା ଲୋକମାନଙ୍କୁ ସ୍ୱଚ୍ଛ, ତ୍ୱରିତ ସେବା ଯୋଗାଇଦେବାରେ ସହାୟକ ହେବ ବୋଲି ମୁଖ୍ୟ ସଚିବ କହିଥିଲେ। ଉପ ଜିଲ୍ଲାପାଳ, ତହସିଲଦାରମାନଙ୍କୁ ନିଜ ନିଜ କମ୍ପ୍ୟୁଟରର ଆଧୁନିକୀକରଣ କରାଇନେବା ପାଇଁ ବିଭାଗୀୟ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର କହିିଥିଲେ। ସୂଚନାଯୋଗ୍ୟ, ବର୍ତମାନ ୧୮୭ଟି ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଏବଂ ୯୫ରୁ ଅଧିକ ତହସିଲ୍‌ରେ ଇ-ପଞ୍ଜୀକରଣ କାର୍ଯ୍ୟକ୍ଷମ ହୋଇଥିବାରୁ ଅନ୍‌ଲାଇନ ଯୋଗେ ମ୍ୟୁଟେସନ୍‌ ବ୍ୟବସ୍ଥା ହୋଇପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe