ପାଇକମାଳ ତହସିଲ୍‌ଦାର ନିଲମ୍ବିତ

Advertisment
ପାଇକମାଳ ତହସିଲ୍‌ଦାର ନିଲମ୍ବିତ

the news eye

ଭୁବନେଶ୍ୱର: ବାଲି ମାଫିଆଙ୍କ ଠାରୁ ଲାଞ୍ଚ ନେଇ ଫସିଗଲେ ପାଇକମାଳ ତହସିଲ୍‌ଦାର ଜାନକୀ ନାଥ ମିଶ୍ର। ସେ ଲାଞ୍ଚ ନେଉଥିବାର ଭିଡିଓ ରେକର୍ଡିଂକୁ ଗତକାଲି ଗଣମାଧ୍ୟମକୁ ଦେଖାଇଥିଲେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ। ରାଜସ୍ୱ ମନ୍ତ୍ରୀଙ୍କୁ ମଧ୍ୟ ରେକର୍ଡିଂ ଦେଇଥିଲେ। ଏହାକୁ ଯାଞ୍ଚ୍‌ କଲା ପରେ ଶ୍ରୀ ମିଶ୍ରଙ୍କୁ ନିଲମ୍ବନ ପାଇଁ ସୁପାରିସ୍‌ କରାଯିବ ବୋଲି ଗତକାଲି ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ। ଆଜି ଶ୍ରୀ ମିଶ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ନିଲମ୍ବନ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe