Tahsildar beaten up by sand mafia: ସରକାରଙ୍କ ନାଲିଆଖିକୁ ଫୁ... ତହସିଲଦାରଙ୍କୁ ବାଲିମାଫିଆ ପିଟିଲେ

ମୟୂରଭଞ୍ଜ ଜିଲ୍ଲାରେ ବାଲିମାଫିଆ ଉତ୍ପାତ ବଢ଼ିବାରେ ଲାଗିଛି। ଅହରହ ବାଲି ଲୁଟ୍‌ କରୁଥିବା ବେଳେ ଚଢ଼ଉ କରୁଥିବା ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଆଜି ବେତନଟୀ ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥର ତୁଳସୀଚଉରା....

sand

Photograph: ( SANDRP)

ବେତନଟୀ: ମୟୂରଭଞ୍ଜ ଜିଲ୍ଲାରେ ବାଲିମାଫିଆ ଉତ୍ପାତ ବଢ଼ିବାରେ ଲାଗିଛି। ଅହରହ ବାଲି ଲୁଟ୍‌ କରୁଥିବା ବେଳେ ଚଢ଼ଉ କରୁଥିବା ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଆଜି ବେତନଟୀ ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥର ତୁଳସୀଚଉରା ଢାବା ନିକଟରେ ବାଲି ବୋଝେଇ ଗାଡ଼ି ଜବତ କାରଣରୁ ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ବାଲିମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ଓ ଚାଳକ ନିହାର ରଞ୍ଜନ ବିଶ୍ୱାଳ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନିଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସା‌ରେ, ଆଜି ଅପରାହ୍‌ଣରେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ସ୍ଥାନୀୟ ଜେଏମ୍‌ଏଫସି କୋର୍ଟ ନିକଟରେ ମୁକ୍ତାପୁର ଗ୍ରାମର ସୁନୀଲ ଲେଙ୍କାଙ୍କ ନାମରେ ପଞ୍ଜୀକୃତ ଓଡି୧୧ଏଇ-୩୨୩୪ ନମ୍ବର ବିଶିଷ୍ଟ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ବେତନଟୀ ପୁଲିସକୁ ହସ୍ତାନ୍ତର କରିଥିଲେ। 

ଅନ୍ୟ ୩ କର୍ମଚାରୀ ସାମାନ୍ୟ ଆହତ
ବାଲି ବୋଝେଇ ଗାଡ଼ି ଜବତ କରିବାରୁ ଆକ୍ରୋଶ

Bhadrak BJD: ଆସ୍ଥା ଅନାସ୍ଥାକୁ ନେଇ କୁହୁଳୁଛି ଭଦ୍ରକ ଜିଲ୍ଲା ରାଜନୀତି

Mayurbhanj Mohtsav: ମୟୂରଭଞ୍ଜ ମହୋତ୍ସବରେ ମନ ମୋହିବ ସୁଲେଇପାଟ ବନ୍ଧର ଥିମ୍

ଏଥିରେ ପ୍ରତିଶୋଧ ପରାୟଣ ହୋଇ ୧୫ରୁ ୨୦ଜଣ ସଂଘବଦ୍ଧ ହୋଇ ଆଜି ସନ୍ଧ୍ୟା ସମୟରେ ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ତହସିଲଦାର ଶ୍ରୀ ବେହେରା ଓ ଗାଡ଼ିଚାଳକ ନିହାର ରଞ୍ଜନ ବିଶ୍ୱାଳ ଗୁରୁତର ଆହତ ହୋଇଛନ୍ତି। ଗାଡ଼ିଚାଳକ ଶ୍ରୀ ବିଶ୍ବାଳଙ୍କ ମୁଣ୍ଡ ଫାଟିଯାଇଛି। ଏଥିସହିତ, ସେଠାରେ ଉପସ୍ଥିତ ଥିବା ରାଜସ୍ବ ସୁପରଭାଇଜର ହେମକାନ୍ତ ମହାନ୍ତ, ଯୁଗପୁରା ରାଜସ୍ବ ନିରୀକ୍ଷକ ସଞ୍ଜୀବ ମହାନ୍ତ, ସତ୍ୟବ୍ରତ ନାୟକ ପ୍ରମୁଖ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ବେତନଟୀ ପୁଲିସ ପହଞ୍ଚି ଆହତ ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣା ସଂପର୍କରେ ତହସିଲଦାର ଚନ୍ଦ୍ରଜିତ ବେହେରା ଥାନାରେ ଏତଲା ଦେଇଛନ୍ତି। ବେତନଟୀ ଏସ୍‌ଡିପିଓ ମିନତି ବିଶ୍ୱାଳଙ୍କ ନେତୃତ୍ୱରେ ଆଇଆଇସି ସସ୍ମିତା ମହାନ୍ତଙ୍କ ସମେତ ଏକାଧିକ ପୁଲିସ ଟିମ୍‌ ବାଲି ମାଫିଆଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ଗାଆଣ, ସୁଶାନ୍ତ ଗାଆଣଙ୍କୁ ବେନନଟୀ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe