କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା ଭାଲୁମସ୍କା ରେଳଷ୍ଟେସନ ଠାରୁ କେରା ରେଳ ଲାଇନରେ ଚୋରାରେ ଚାଲାଣ ହେଉଥିବା ବାଲି ଓ ମେଟାଲକୁ ରାଜସ୍ୱ ବିଭାଗ ଜବତ କରିଛି । କୌଣସି ସୂତ୍ରରୁ ଖବର ପାଇ ତହସିଲଦାର ରଞ୍ଜିତାମେରି ନାୟକ ଚୋରାରେ ଚାଲାଣ ହେଉଥିବା ଦୁଇଟି ୱାଗର ବାଲି ଓ ମେଟାଲ ଜବତ କରିଛନ୍ତି। ବିଗତ ଦିନରେ ଟ୍ରକରେ ବାଲା ଓ ମେଟାଲ ଚୋରାରେ ଚାଲଣ ହେଉଥିବା ବେଳେ ଏବେ ରେଳ ଓ୍ଵାଗନରେ ଚୋରା ଚାଲଣ ହେଉଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ଶିକରପାଇ ରାଜସ୍ୱ ନିରୀକ୍ଷକ ଦେବୀପ୍ରସାଦ ମଲ୍ଲିକ, ପ୍ରଦୀପ ଜାଗାରାଙ୍ଗା, ନୟନ କିଶୋର ଗୌଡ ଉପସ୍ଥିତ ରହି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଁଛି ତଦନ୍ତ କରୁଥିବା ବେଳେ ଭାଲୁମସ୍କା ଷ୍ଟେସନ୍ ମାଷ୍ଟ୍ରରଙ୍କୁ ଜବତ ବାଲି ଓ ମେଟାଲ ଜିମା ଦେଇ ଫେରିଥିବା ଜଣାଯାଇଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us