କରୋନା ପାଇଁ ସଚେତନ କରିବାକୁ ଯାଇଥିବା ବେଳେ ତହସିଲଦାରଙ୍କୁ ଆକ୍ରମଣ, ଥାନାରେ ଏତଲା

କରୋନା ପାଇଁ ସଚେତନ କରିବାକୁ ଯାଇଥିବା ବେଳେ ତହସିଲଦାରଙ୍କୁ ଆକ୍ରମଣ, ଥାନାରେ ଏତଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଘଟିଛି ଏକ ଅଘଟଣ। କରୋନା ପାଇଁ ସଚେତନ କରିବାକୁ ଯାଇଥିବା ବେଳେ ତହସିଲଦାରଙ୍କୁ ଆକ୍ରମଣ କରାଯାଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପାଖାପାଖି ୮ଟା ବେଳେ ମାଥିଲ ବ୍ଲକ୍ ତହସିଲଦାର ମେଘବାନ୍ ବାଗ ମାଲକାନଗିରି ଜିଲ୍ଲାର ଦଳପତିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମାଥିଲି ସାନକରାପାଲି ଗାଁକୁ କରୋନା ପାଇଁ ସଚେତନ କରିବାକୁ ଯାଇଥିଲେ। ସେ ଲୋକଙ୍କୁ ଦେକାନ ବନ୍ଦ କରିବା ସହିତ ଭିଡ଼ ନ ଜମାଇ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ତାଙ୍କର ଗ୍ରାମବାସୀଙ୍କ ସହ ଯୁକ୍ତିତର୍କ ହୋଇଥିଲା।

ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ଲୋକଙ୍କୁ ମାରଧର କରିଥିବା ଶୁଣିବାକୁ ମିଳୁଛି। ଏହାପରେ ଗ୍ରାମବାସୀମାନେ ବି ରାଗିଯାଇ ତହସିଲଦାର ମେଘବାନ୍ ବାଗ ତହସିଲଦାର ମେଘବାନ୍ ବାଗଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତହସିଲଦାର ମେଘବାନ୍ ବାଗଙ୍କର ମୁଣ୍ଡରେ ଆଘାତ ଲାଗିଛି। ଏନେଇ ସେ ମାଥିଲ ଥାନାରେ ଏତଲା ଦେଇଥିଲେ। ଏହି ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ କାହାରିକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହୃଶିକେଶ ଖିଲାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତଦନ୍ତ ସରିବା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe