ଟ୍ୟୁବ୍‌ରେ ରୋଗୀଙ୍କୁ ନଦୀ ପାର

Advertisment
ଟ୍ୟୁବ୍‌ରେ ରୋଗୀଙ୍କୁ ନଦୀ ପାର

ବାଲିଗୁଡ଼ା: ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଫଳରେ ଭରା ନଦୀରେ ରୋଗୀଙ୍କୁ ଟ୍ୟୁବ୍‌ରେ ବସାଇ ଖଡ଼୍‌ଗ ନଦୀ ପାର କରି ଡାକ୍ତରଖାନା ଅଣାଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ରେ। ବ୍ଲକ୍ ଅଧୀନ ମହାସିଙ୍ଗ ପଞ୍ଚାୟତ କୁବେରମୁଣ୍ଡାର ରଘୁନାଥ ପ୍ରଧାନଙ୍କ ପତ୍ନୀ ଅନନ୍ତ ପ୍ରଧାନ (୪୫) ଗତ ୪ ଦିନ ହେଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ତେବେ ରାସ୍ତା ନଥିବାରୁ ଓ ବନ୍ୟାଜଳ ପ୍ରବାହିତ ହେଉଥିବା ନଦୀ ପାର ହେବା ସମ୍ଭବ ନଥିବାରୁ ମେଡିକାଲ ଯାଇପାରୁ ନଥିଲେ। ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଟ୍ୟୁବ୍ ମାଧ୍ୟମରେ ଖଡ଼୍‌ଗ ନଦୀ ପାର କରାଯାଇ କ.ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ନଦୀ ଉପରେ ପୋଲ ନଥିବାରୁ ଏହି ସମସ୍ୟା ଲାଗି ରହିଛି। ତୁରନ୍ତ ସମସ୍ୟାର ସମାଧାନ ପାଉଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe