ଲାଞ୍ଚ ନେଉଥିଲେ, ସିବିଆଇ ଧରିଲା

ଲାଞ୍ଚ ନେଉଥିଲେ, ସିବିଆଇ ଧରିଲା

ଝାରସୁଗୁଡ଼ା: କୋଇଲା ପରିବହନର ବିଲ୍‌ ପାସ୍‌ କରାଇବାକୁ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି ସମଲେଶ୍ବରୀ କୋଇଲା ଖଣିର ଆକାଉଣ୍ଟସ୍‌ ଅଫିସର ରାଜେଶ ବଡେଡ଼ା। ଶ୍ରୀ ବଡେଡ଼ାଙ୍କ ନିକଟରୁ ରସାୟନ ବୋଳା ଟଙ୍କା ଜବତ କରିଛନ୍ତି ସିବିଆଇ ଟିମ୍‌। ସୂଚନା ଅନୁସାରେ, ବିଲ୍‌ ପାସ୍‌ କରିବା ପାଇଁ ଶ୍ରୀ ବଡେଡ଼ା କୋଇଲା ପରିବହନକାରୀ ଠିକାଦାର ପ୍ରବୀଣ ସିଂହଙ୍କଠାରୁ ୧୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ସିବିଆଇର ରାଉରକେଲା ଶାଖାର ୧୦ ଜଣିଆ ଟିମ୍‌ ତାଙ୍କୁ ଧରିବା ପରେ ବ୍ରଜରାଜନଗରର ହିଲ୍‌ଟପ୍‌ସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି। ଏହିସମୟରେ କାର୍ଯ୍ୟାଳୟରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବ୍ରଜରାଜନଗର କୋଇଲାଞ୍ଚଳରେ କୋଇଲା ପରିବହନରେ କିଭଳି ଦୁର୍ନୀତି ହେଉଛି, ସେନେଇ ଗତ ନଭେମ୍ବରରେ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe