ଔଷଧ ସେବନ କଲେ ଉପଶମ ହେଉନି ରୋଗ: ବଜାରରେ ନକଲି ଔଷଧ ରାକେଟ

ଔଷଧ ସେବନ କଲେ ମଧ୍ୟ ରୋଗ ଉପଶମ ହେଉନି। ରୋଗୀଙ୍କ ବିଶ୍ୱାସରେ ବିଷ ଦିଆଯାଉଛି। ମାର୍କେଟରେ ନକଲି ଔଷଧ ବିକ୍ରି ଜାରି ରହିଛି। ବାହାର ରାଜ୍ୟରୁ ଓଡ଼ିଶାକୁ ନକଲି ଔଷଧ ଆସୁଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି...

Taking medicine does not cure the disease: Fake medicine racket in the market

Taking medicine does not cure the disease: Fake medicine racket in the market Photograph: (sambad.in)

ଭୁବନେଶ୍ବର: ଔଷଧ ସେବନ କଲେ ମଧ୍ୟ ରୋଗ ଉପଶମ ହେଉନି। ରୋଗୀଙ୍କ ବିଶ୍ୱାସରେ ବିଷ ଦିଆଯାଉଛି। ମାର୍କେଟରେ ନକଲି ଔଷଧ ବିକ୍ରି ଜାରି ରହିଛି।

ବାହାର ରାଜ୍ୟରୁ ଓଡ଼ିଶାକୁ ନକଲି ଔଷଧ ଆସୁଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି। 

ବିଧାନସଭାରେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ଓଡ଼ିଶା ଔଷଧ ନିଗମ ଦ୍ୱାରା ଗତ ୩ ଆର୍ଥିକ ବର୍ଷରେ କେତେ ଔଷଧ ଓ ଚିକିତ୍ସା ଯନ୍ତ୍ରାଶଂ ରାଜ୍ୟ ଓ ରାଜ୍ୟ ବାହାରକୁ କ୍ରୟ କରାଯାଇଛି । ଏହିସବୁ ଔଷଧ ଓ ଚିକିତ୍ସା ଯନ୍ତ୍ରାଶଂର ମାନ ଯାଞ୍ଚ ପାଇଁ କି ନୀତି ଅବଲମ୍ୱନ କରାଯାଇଛି। ନିମ୍ନମାନର ଔଷଧ ୟୋଗାଣକାରୀଙ୍କ ବିରୋଧରେ କି କାର୍ୟ୍ୟାନୁଷ୍ଠାନ ନିଆଯାଇଛି ?  

ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ। ମାର୍କେଟରେ ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଞ୍ଜେକସନ ନିମ୍ନମାନର ବୋଲି ଧରାପଡ଼ିଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କୋଲକତା, ହାଇଦ୍ରାବାଦରୁ ଓଡିଶାକୁ ନକଲି ଔଷଧ ଆସୁଛି। 

ଗତ ତିନି ବର୍ଷ ମଧ୍ୟରେ ୧୦୩ ଔଷଧ ନିମ୍ନମାନର ଥିବା ଧରାପଡ଼ିଛି । ୪ ସପ୍ଲାୟରଙ୍କ ସମେତ ସେସବୁ ଔଷଧ ଉତ୍ପାଦନ କରୁଥିବା କମ୍ପାନିକୁ କଳା ତାଲିକା ଭୁକ୍ତ କରାଯାଇଛି। 

ଅଧିକ ପଢ଼ନ୍ତୁ: ୧୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

୨୦୨୨-୨୩ ରେ ୪୫ଟି ଔଷଧକୁ ନିମ୍ନମାନର ଘୋଷଣା କରାଯାଇଛି । ସେହିପରି ୨୦୨୩-୨୪ ରେ ୩୨ ଟି, ୨୦୨୪-୨୫ ରେ ୨୬ ଔଷଧ ନିମ୍ନମାନର ଥିବା ଧରାପଡ଼ିଛି। ବିଧାନସଭାରେ ଏକ ପ୍ରଶ୍ନର ଊତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଭଳି ଲିଖିତ ଉତ୍ତର ରଖିଛନ୍ତି।

ଅଧିକ ପଢ଼ନ୍ତୁ: ଆଇପିଏଲ ଖେଳିବାକୁ ପାକିସ୍ତାନ ଛାଡିପାରନ୍ତି ଏହି ଖେଳାଳି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe