ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ: ଡିଜିପି

Advertisment

ହସ୍ପିଟାଲ୍‌ରେ ତାଳବଣିଆ ଥାନା ଇନ୍ସପେକ୍ଟରଙ୍କ ତୁମୁଳ କାଣ୍ଡ ଘଟଣା

ହସ୍ପିଟାଲ୍‌ରେ ତାଳବଣିଆ ଥାନା ଇନ୍ସପେକ୍ଟରଙ୍କ ତୁମୁଳ କାଣ୍ଡ ଘଟଣା

ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ: ଡିଜିପି

ଭୁବନେଶ୍ୱର : ତାଳବଣିଆ ଥାନାର ତତ୍କାଳୀନ ଇନ୍ସପେକ୍ଟର ରମାକାନ୍ତ ପାତ୍ର କ୍ୟାପିଟାଲ ହସ୍ପିଟାଲ୍‌ରେ ଘଟାଇଥିବା ତୁମୁଳକାଣ୍ଡ ଓ ସାମ୍ବାଦିକଙ୍କୁ କରିଥିବା ଆକ୍ରମଣ ଘଟଣାରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁବନେଶ୍ୱର ଡିସିପି ଘଟଣା ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ରେଞ୍ଜ ଆଇଜିଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେ ରିପୋର୍ଟ ଦେବା ପରେ ତାଙ୍କ ବିରୋଧରେ ନିଶ୍ଚିତ ଭାବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଏଠାରେ ପ୍ରକାଶଥାଉକି, ଘଟଣା ପରେ ଇନ୍ସପେକ୍ଟର ରମାକାନ୍ତଙ୍କ ବଦଳି କନ୍ଧମାଳକୁ ହୋଇଛି। ଘଟଣା ପରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଶୁଭକାନ୍ତ ପଢ଼ିଆରି କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଛି।

ଉଲ୍ଲେଖ ଯୋଗ୍ୟ କି,ଚଳିତ ମାସ ୭ ତାରିଖ ସନ୍ଧ୍ୟାରେ ଇନ୍ସପେକ୍ଟର ଶ୍ରୀ ପାତ୍ର ଭୁବନେଶ୍ୱରରୁ ପୁରୀ ଯାଉଥିବା ସମୟରେ ଦୟା ନଦୀ ବ୍ରିଜ୍‌ ଉପରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକ ଇନ୍ସପେକ୍ଟରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ହସ୍ପିଟାଲ ପହଞ୍ଚିବା ପରେ ଇନ୍ସପେକ୍ଟର ଶ୍ରୀ ପାତ୍ର ଡାକ୍ତର ଓ ନର୍ସଙ୍କୁ ଗାଳିମନ୍ଦ କରିଥିଲେ। ଖବର ପାଇ କେତେକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ହସ୍ପିଟାଲରେ ପହଞ୍ଚି ଖବର ସଂଗ୍ରହ କରୁଥିଲେ। ଏହି ସମୟରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଶୁଭକାନ୍ତଙ୍କ କ୍ୟାମେରା ଭାଙ୍ଗିବା ସହ ମୋବାଇଲ୍‌ ଫୋନ୍‌ ଛଡ଼ାଇ ଫୋପାଡ଼ି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe