ଚୁଆ ପାଣି ପିଉଛନ୍ତି ତାଳକାଣୀବାସୀ

Advertisment
ଚୁଆ ପାଣି ପିଉଛନ୍ତି ତାଳକାଣୀବାସୀ

ଘଟଗାଁ : ଘଟଗାଁ ବ୍ଲକ୍‌ ପୁରୁମୁଣ୍ଡା ପଞ୍ଚାୟତ ତାଳକାଣୀ ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ବିଶେଷ କରି ଗ୍ରାମର ତଳସାହିର ଅବସ୍ଥା ଦୟନୀୟ ହୋଇଛି। ଗ୍ରାମର ଉପର ମୁଣ୍ଡରେ ଏକ ନଳକୂଅ ରହିଛି। ମାତ୍ର ଏହା ସମସ୍ତ ପରିବାରକୁ ଜଳ ଯୋଗାଇ ପାରୁନି। ଅଳ୍ପଅଳ୍ପ ପାଣି ବାହାରୁଥିବାରୁ ଲୋକେ ବହୁ ସମୟ ଧରି ଅପେକ୍ଷା କରୁଛନ୍ତି। ତଳସାହିରେ ବାସ କରୁଥିବା ୪୦ରୁ ଊର୍ଦ୍ଧ୍ବ ପରିବାର ବିଲରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ପାଖରେ ଥିବା ଏକ ନାଳରେ ସ୍ନାନଶୌଚ କରୁଛନ୍ତି।

ଏନେଇ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ପାନୀୟଜଳ ସମସ୍ୟାକୁ ଦେଖି ପଞ୍ଚାୟତ ପକ୍ଷରୁ ଲୋକଙ୍କୁ ଟ୍ୟାଙ୍କର ଯୋଗେ ଦୁଇଦିନ ପାଣି ଯୋଗାଇ ଦିଆଯାଇଥିଲା। ଏବେ ତାହା ବନ୍ଦ ରହିଛି। ଫଳରେ ପାଣିପାଇଁ ତାଳକାଣୀ ଗ୍ରାମ ତଳସାହିର ଲୋକେ ଡହଳବିକଳ ହେଉଛନ୍ତି। ପାନୀୟଜଳ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବାସୁଦେବ ମୁଣ୍ଡା, ଗହ୍ମା ମୁଣ୍ଡା, ରିଙ୍ଗା ମୁଣ୍ଡା, ସୁଲିଆ ମୁଣ୍ଡା, ସୁରେଶ ମୁଣ୍ଡା, ଅସଲି ମୁଣ୍ଡା, ବାଲମା ମୁଣ୍ଡା, ଚାନ୍ଦ ମୁଣ୍ଡା, ରଇବାରୀ ମୁଣ୍ଡା, ଦ୍ରୌପଦୀ ମୁଣ୍ଡା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe