ମେଡିକାଲ କଲେଜ ପରିଚାଳନା ରାଜ୍ୟ ସରକାର ହାତକୁ ନେବା ଦାବିରେ ତାଳଚେର ବନ୍ଦ

Advertisment
ମେଡିକାଲ କଲେଜ ପରିଚାଳନା ରାଜ୍ୟ ସରକାର ହାତକୁ ନେବା ଦାବିରେ ତାଳଚେର ବନ୍ଦ

ତାଳଚେର : ତାଳଚେର ମେଡିକାଲ କଲେଜକୁ ରାଜ୍ୟ ସରକାର ଶୀଘ୍ର ପରିଚାଳନା କରିବା ଦାବିରେ ଶନିବାର ଦିନ ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳନ କରାଯାଇଛି। ତାଳଚେରବାସୀଙ୍କ ପକ୍ଷରୁ ଏହି ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଛି।

ସୂଚନା‌ଯୋଗ୍ୟ, ତାଳଚେର ମେଡିକାଲ୍ କଲେଜ ପାଇଁ କୋଠା ନିର୍ମାଣ ସହ ଆନୁଷଙ୍ଗିକ ଯନ୍ତ୍ରପାତି କିଣାହେବାର ୫ ବର୍ଷ ବିତିଗଲାଣି। ଏହି ଘର ଓ ଯନ୍ତ୍ରପାତି ନଷ୍ଟ ହେବାକୁ ବସିଲାଣି। ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣକରି ଏହାକୁ କାର୍ଯ୍ୟକ୍ଷମ ନକରିବାରୁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତାଳଚେର ବନ୍ଦ ଆନ୍ଦୋଳନ କରିଥିଲା। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୬ ତାରିଖରେ ତାଳଚେର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦିଆଯାଇଥିଲା। ୩୦ ତାରିଖ ସୁଦ୍ଧା କ୍ରିୟାନୁଷ୍ଠାନ କମିଟିକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ତେଣୁ ଉତ୍କଳ ଦିବସରେ ତାଳଚେର ବନ୍ଦ ପାଳନ କରାଯାଇଥିଲା। ଏଥିରେ ତାଳଚେର ସମସ୍ତ ଜନସାଧାରଣ, ବିଭିନ୍ନ ସଂଗଠନ, ୯୦ ପ୍ରତିଶତ ବ୍ୟବସାୟୀ ଏହାକୁ ସମର୍ଥନ କରିଥିବା ଜଣାପଡ଼ିଛି। ଆନ୍ଦୋଳନ ଯୋଗୁଁ ତାଳଚେରର ସମସ୍ତ କୋଇଲା ଖଣିରୁ କୋଇଲା ପରିବହନ ବନ୍ଦ ରହିଥିଲା। ଆନ୍ଦୋଳନକାରୀ ଟ୍ରେନ୍‌ରେ କୋଇଲା ପରିବହନ ବନ୍ଦ କରି ଦେଇଥିଲେ। ଦୋକାନ ବଜାର ବନ୍ଦ ରହିଥିଲା। ବହ୍ଲର ଛକରେ ୧୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯିବାରୁ ହଜାର ହଜାର କୋଇଲା ଟ୍ରକ୍‌ ଛିଡ଼ା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe