ଲାପଟପ୍‌ ଅର୍ଥ ନେଉନାହାନ୍ତି ମେଧାବୀ

ଘରୋଇ ହସ୍ପିଟାଲରେ ଚାକିରି କରାଇଦେବ କହି ଦେଢ଼ଲକ୍ଷ ଚଳୁ

Loksatta

୩୫୯ ଛାତ୍ରଛାତ୍ରୀଙ୍କ ତାଲିକା ଜାରି
ରେଭେନ୍ସାରୁ ସର୍ବାଧିକ ୨୯, ବିଜେବିରୁ ୨୮
କଲେଜ ଅଧ୍ୟକ୍ଷଙ୍କ ସହଯୋଗ ଲୋଡ଼ିଲେ ସରକାର

ଭୁବନେଶ୍ବର : ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଯୁକ୍ତ୨ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ଦିଆଯାଉଛି। ୨୦୧୩ରୁ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ୨୦୧୯ ପର୍ଯ୍ୟନ୍ତ ମେଧାବୀଙ୍କୁ ଲାପଟପ୍‌ ଦିଆଯାଇଥିଲା। ଲାପଟପ୍‌ର ମାନ ଠିକ୍ ନ ଥିବା ଅଭିଯୋଗ କରି ବହୁ ଛାତ୍ରଛାତ୍ରୀ ଏହାକୁ‌ ଗ୍ରହଣ କଲେ ନାହିଁ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବାରମ୍ବାର ଚିଠି, ବିଜ୍ଞାପନ ପ୍ରକାଶ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ କଲେଜକୁ ଆସିଲେ ନାହିଁ କି ଲାପଟପ୍‌ ନେଲେନାହିଁ। ପରିଣାମ ହେଲା, ୨୦୨୦ରେ ସରକାର ନିଷ୍ପତ୍ତି ବଦଳାଇଦେଲେ। ସେବେ କୃତକାର୍ଯ୍ୟ ହୋଇଥିବା ମେଧାବୀଙ୍କୁ ରାଜ୍ୟ ସରକାର ଲାପଟପ୍‌ ବାବଦରେ ୩୦ ହଜାର ଟଙ୍କା ସିଧାସଳଖ ବ୍ୟଙ୍କ ଆକାଉଣ୍ଟକୁ ପଠାଇବାକୁ ନିଷ୍ପତ୍ତି ନେଲେ। ୨୦୨୧ ମାର୍ଚ୍ଚ ମାସରୁ ଏବାବଦ ଅର୍ଥ ବଣ୍ଟନ ଆରମ୍ଭ ହୋଇଥିଲେ ମଧ୍ୟ ନଭେମ୍ବର ସୁଦ୍ଧା ସମାପ୍ତ ହେଇ ନ ଥିଲା। ଆହୁରି ୨୦ ଜଣ ଛାତ୍ରଛାତ୍ରୀ ନିଜ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡର ସବିଶେଷ ବିବରଣୀ ଦେଇ ଅନ୍‌ଲାଇନ୍‌ ପୋର୍ଟାଲରେ ଆବେଦନ କରି ନ ଥିବାରୁ ବିଭାଗ ପକ୍ଷରୁ ସେମାନଙ୍କୁ ଶେଷ ସୁଯୋଗ ଦିଆଯାଇଥିଲା। ତା’ପରେ ବି କିଛି ଛାତ୍ରଛାତ୍ରୀ ଅର୍ଥ ନେଇ ନ ଥିଲେ।

ଏଥର ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ୨୦୨୧ରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବାବଦରେ ୩୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ଗତବର୍ଷଠାରୁ ଏହି ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ୩୫୯ଜଣ ଛାତ୍ରଛାତ୍ରୀ ନିଜ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡର ସବିଶେଷ ବିବରଣୀ ଦେଇ ଅନ୍‌ଲାଇନ୍‌ ପୋର୍ଟାଲରେ ଆବେଦନ କରିନାହାନ୍ତି। ଥରେ କି ଦୁଇ ଥର ନୁହେଁ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫ ଥର ବିଜ୍ଞାପନ ପ୍ରକାଶ ସରିଲାଣି। ତଥାପି ଲାପଟପ୍‌ ବାବଦ ଟଙ୍କା ନେବାକୁ ଆଗ୍ରହ ଦେଖାଉନାହାନ୍ତି ଛାତ୍ରଛାତ୍ରୀ। ଆବେଦନ କରି ନ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଲେଜ)ର ସର୍ବାଧିକ ୨୯ ଜଣ ରହିଛନ୍ତି। ବିଜେବି କଲେଜର ୨୮, ରାଉରକେଲା ସରକାରୀ କଲେଜର ୨୧, ଗଙ୍ଗାଧର ମେହେର କଲେଜର ୧୬, ବାରିପଦାସ୍ଥିତ ଏମ୍‌ପିସି କଲେଜର ୧୪, କିସ୍‌, ଖଲ୍ଲିକୋଟ କଲେଜ ଓ ମଦନପୁରସ୍ଥିତ ୟୁକେ ମହାବୀର କଲେଜର ୧୩ ଜଣ ଲେଖାଏ, ରାୟଗଡ଼ା କଲେଜର ୧୨ ଜଣ ଲେଖାଏ ଛାତ୍ରଛାତ୍ରୀ ରହିଛନ୍ତି।

ପୂର୍ବରୁ ଲାପଟପ୍‌ ନେଉ ନ ଥିବା ବେଳେ ଏବେ ମେଧାବୀ ଛାତ୍ରଛାତ୍ରୀ ଏବାବଦ ଅର୍ଥ କାହିଁକି ଗ୍ରହଣ କରୁନାହାନ୍ତି ସେନେଇ ତନାଘନା ଆରମ୍ଭ ହୋଇଛି। ବିଭାଗୀୟ ସ୍ବତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି କହିଛନ୍ତି ‌ଯେ ମାର୍ଚ୍ଚ ୨୯ରେ ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌ www.dhe.odisha.gov.in ରେ ତାଲିକା ପ୍ରକାଶ ପାଇଛି। ୫ ଥର ବିଜ୍ଞାପନ ପ୍ରକାଶ ସହ ସମୟ ଅବଧିକୁ ବାରମ୍ବାର ବୃଦ୍ଧି କରାଯାଇଛି। ତା’ପରେ ବି ପିଲା ଆଗ୍ରହ ଦେଖାଉ ନାହାନ୍ତି। ହୁଏତ ସେମାନେ ଏବିଷୟରେ ଅବଗତ ନୁହନ୍ତି। ତେଣୁ କଲେଜ ଅଧ୍ୟକ୍ଷମାନେ ଏଦିଗରେ ପଦକ୍ଷେପ ନେବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏବାବଦରେ ଅବଗତ କରାନ୍ତୁ। ମେ’ ୩୧ ସୁଦ୍ଧା ପିଲାମାନେ ରାଜ୍ୟ ସ୍କଲାରସିପ୍‌ ପୋର୍ଟାଲରେ ଯେପରି ଆବେଦନ କରିବେ ସେଦିଗରେ ପଦକ୍ଷେପ ନେବାକୁ ୩୮ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe