ସରକାର ଓ ରାଜ୍ୟ ଟ୍ରକ ମାଲିକ ମହାସଂଘ ଆଲୋଚନା ବିଫଳ

Advertisment

ଡିସେମ୍ବର ୧୫ରେ ଟ୍ରକ ଧର୍ମଘଟ ପ୍ରସଙ୍ଗ

ଡିସେମ୍ବର ୧୫ରେ ଟ୍ରକ ଧର୍ମଘଟ ପ୍ରସଙ୍ଗ

ସରକାର ଓ ରାଜ୍ୟ ଟ୍ରକ ମାଲିକ ମହାସଂଘ ଆଲୋଚନା ବିଫଳ

କଟକ : ଗ୍ରୀନ ଟ୍ୟାକ୍ସ, ଜାଲ୍‌ ରସିଦରେ ଅର୍ଥ ଆତ୍ମସାତ, ଭଡାବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାର ଓ ଟ୍ରକ ମାଲିକ ମହାସଂଘ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ମାଲିକ ମହାସଂଘର ଦାବି ଆଗରେ ସରକାର ପଛଘୁଞ୍ଚା ମାରିଥିବା ବେଳେ ଆସନ୍ତା ଡିସେମ୍ବର ୧୫ ଧର୍ମଘଟ ନେଇ ସଂଘର ନିଷ୍ପତ୍ତି ବଳବତ୍ତର ରହିଥିବା ସୂଚନା ମିଳିଛି। ଧର୍ମଘଟ ଏଡାଇବା ପାଇଁ ସରକାର ଅନୁରୋଧ କରିଥିବା ବେଳେ ସଂଘ ତାହାକୁ ପ୍ରତ୍ୟାଖାନ କରିଛି ।

ସୂଚନା ଅନୁଯାୟୀ, ଗ୍ରୀନଟ୍ୟାକ୍ସ, ଜାଲ୍‌ ରସିଦରେ ଅର୍ଥ ଆତ୍ମସାତ, ଭଡାବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାର ରାଜ୍ୟ ଟ୍ରକ ମାଲିକ ମହାସଂଘକୁ ଆଲୋଚନା ପାଇଁ ଡକାଇଥିଲେ । ସରକାରଙ୍କ ପକ୍ଷରୁ ରାଜ୍ୟ ପରିବହନ ମନ୍ତ୍ରୀ ଡକ୍ଟର ନୃସିଂହ ଚରଣ ସାହୁ, ପରିବହନ ସଚିବ ଶ୍ରୀନିବାସ କୁମାର, ପରିବହନ କମିସନର ମଧୁସୂଦନ ପାଢୀ ଉପସ୍ଥିତ ଥିବା ବେଳେ ରାଜ୍ୟ ଟ୍ରକ ମାଲିକ ମହାସଂଘ ପକ୍ଷରୁ ସଭାପତି ବିଭୂତି ଭୂଷଣ ଦାସ, ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ, ଉପସଭାପତି ଦିଲ୍ଲୀପ ପାଣି, ସୁମନ୍ତ ବିଶ୍ୱାଳ, ରମାକାନ୍ତ ନାୟକ ,ପ୍ରଶାନ୍ତ ପ୍ରଧାନ, ରଞ୍ଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନା ସମୟରେ ଟୋଲ୍‌ଗେଟ୍‌ଗୁଡିକରେ ବେଆଇନ ଅର୍ଥ ଆଦାୟ, ଗ୍ରୀନଟ୍ୟାକ୍ସ ପ୍ରତ୍ୟାହାର, ଟ୍ରକ ଭଡା ବୃଦ୍ଧି ପାଇଁ ସଂଘ ପକ୍ଷରୁ ଦାବି ଉପସ୍ଥାପିତ ହୋଇଥିଲା ।

ପଡୋଶୀ ରାଜ୍ୟରେ ଗ୍ରୀନଟ୍ୟାକ୍ସ ନଥିବାବେଳେ ଓଡିଶାରେ ଏହା ଲାଗୁ ନ କରିବା ପାଇଁ ମହାସଂଘ ଅନୁରୋଧ କରିଥିଲା। ଏ ନେଇ ଏକ କମିଟି ଗଠନ କରିବାକୁ ସଂଘ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ସେହିପରି ଗାଡି ପଞ୍ଜୀକରଣ ବେଳେ ସାର୍ଟିଫିକେଟ ଓ ଡ୍ରାଇଭର ଲାଇସେନ୍‌ସ ଆଦିକୁ ଡାକ ମାଧ୍ୟମରେ ନ ପଠାଇ ସିଧାସଳଖ ହାତରେ ଦେବାକୁ ସଂଘ ସରକାରଙ୍କ ଠାରେ ଦାବି ରଖିଥିଲା । ଏ ନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଅବଗତ କରାଇବାକୁ ସରକାର ମହାସଂଘଙ୍କୁ ସୂଚନା ଦେବା ସହ ଧର୍ମଘଟରୁ ଓହରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଦାବି ପୂରଣ ନ ହେବା ଯାଏଁ ମହାସଂଘ ଧର୍ମଘଟ ନିଷ୍ପତ୍ତିରୁ ଓହରିବ ନାହିଁ ବୋଲି ପାଲଟା ଜବାବ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe