ପୁରୀରେ ନିର୍ମିତ‌ ହେବ ସର୍ବୋଚ୍ଚ ଅଟ୍ଟାଳିକା ‘ରୟାଲ୍‌ ଆଟ୍‌ଲାଣ୍ଟିସ’

Advertisment
ପୁରୀରେ ନିର୍ମିତ‌ ହେବ ସର୍ବୋଚ୍ଚ ଅଟ୍ଟାଳିକା ‘ରୟାଲ୍‌ ଆଟ୍‌ଲାଣ୍ଟିସ’

ପୁରୀ : ପୁରୀରେ ନିର୍ମାଣ ହେବ ସର୍ବୋଚ୍ଚ ଆବାସିକ ଆପାର୍ଟମେଣ୍ଟ। ବଳିଆପଣ୍ଡା ସିପସରୁବାଲି ନିକଟରେ ସାଢ଼େ ୭ .୪୬ ଏକର ଜମିରେ ୧୪ ତାଲା ବିଶିଷ୍ଟ ‘ରୟାଲ ଆଟଲାଣ୍ଟିସ’ ଆବାସିକ ଆପାର୍ଟମେଣ୍ଟ୍‌ରେ ରହିବାର ସୁଯୋଗ ମିଳିବ। ଏସ୍‌ଜେ-ଜେଆର୍‌ଜି ଭେନଚର୍ସ, ଜେଆର୍‌ଜି ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍, ଏସ୍‌ଜେ ଡେଭଲପର୍ସ ଆଣ୍ଡ ହାଉସିଙ୍ଗ ପ୍ରାଇଭେଟ୍‌ ଲିମିଟେଡ୍‌ ଓ କେପି ପ୍ରାଇମ୍‌ ଆସେଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରଥମଥର ପାଇଁ ପୁରୀରେ ଏହି ସର୍ବୋଚ୍ଚ ଅଟ୍ଟାଳିକାନିର୍ମାଣ ସହ ଲୋକଙ୍କୁ ବାସୋପଯୋଗୀ ଆପାର୍ଟମେଣ୍ଟ ଯୋଗାଇ ଦେବା ପାଇଁ ଯୋଜନା କରାଯାଇଛି।।

ଏହା ମଧ୍ୟରେ ହୋଟେଲ୍, ସମେତ ବୋଟିଂ ବ୍ୟବସ୍ଥା, ସିନେମା ହଲ୍‌, ସ୍ବିମିଂ ପୁଲ୍‌, ପିଲାଙ୍କ ପାଇଁ ପ୍ଲେ ଗାର୍ଡେନ, ଆମ୍ବୁଲାନ୍ସ ସମେତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ ହେବ। ଏହା ମଧ୍ୟରେ ଷ୍ଟୁଡିଓଠୁ ନେଇ ୩-ବିଏଚ୍‌କେ ୟୁନିଟ୍‌ ଉପଲବ୍ଧ‌ ହେବ। ପିକେଡିଏ, ଓରେରାଠାରୁ ଅନୁମତି ପାଇବା ପରେ କାମ ଆରମ୍ଭ‌ ହୋଇଛି। ୫ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବ। ୪୦ ଲକ୍ଷ ଟଙ୍କାରୁ ଘର ଉପଲବ୍ଧ ହେବ। ଆଜି ଷ୍ଟର୍ଲିନ ହୋଟେଲ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରମୋଟର ମାତୃଦତ୍ତ ମିଶ୍ର, ଭିନିତ ଏମ୍‌ ଗୁପ୍ତା ଓ ଆନନ୍ଦ ପୋଦ୍ଦାର ଉପସ୍ଥିତ ରହି ଏହି ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe