ବଟି ମଗା ଭିଡିଓ ଭିଡିଓ ଭାଇରାଲ ହେବା ପରେ ଟମକା ଏସ୍‌ଆଇଙ୍କ ଅଡ଼ୁଆ ବଢ଼ିଲା : ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି, ଡିଜିଙ୍କ ନିର୍ଦ୍ଦେଶରେ ତଦନ୍ତ ଜାରି

Advertisment
ଟମକା ପୁଲିସ୍‌ର ବଟି ଆଦାୟ ଘଟଣା : ଡିଜିପିଙ୍କ ତଦନ୍ତ ନିର୍ଦ୍ଦେଶ, ଏସ୍‌ଆଇଙ୍କୁ ବଦଳି

ଯାଜପୁର/କାଳିଆପାଣି : ଜଣେ ଗାଡ଼ି ଡ୍ରାଇଭରଙ୍କୁ ୨ହଜାର ଟଙ୍କା ବଟି ମାଗିବା ସମୟର ଭିଡିଓ ଭାଇରାଲ ହେବା ପରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଟମ୍‌କା ଥାନାର ସବଇନସପେକ୍ଟର ମହମ୍ମଦ ସିରାଜଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି। ଯାଜପୁର ଏସପି ଆଜି ଟୁଇଟ୍ କରି ଜଣାଇଛନ୍ତି କି  ଟମକା ଥାନା ଏସଆଇ ସିରାଜଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇ ପାଣିକୋଇଲିରେ ଅବସ୍ଥାପିତ କରାଯାଇଛି। ଏଥିସହ ପୁଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବିରୋଧରେ ଲାଞ୍ଚ ମାଗିବା ନେଇ ଆସିଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି।  ଉଲ୍ଲେଖଯୋଗ୍ୟ, ଟମକା ଏସଆଇଙ୍କ ବଟି ମାଗିବା ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ଡିଜି ତୁରନ୍ତ ଘଟଣାର ତଦନ୍ତ କରିବାକୁ ଯାଜପୁର ଏସପି ଚରଣ ସିଂ ମୀନାଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ।

ଟ୍ରାଫିକ୍ ନିୟନ୍ତ୍ରଣ ଓ କରୋନା କଟକଣା ଆଳରେ ଟମକା ଥାନାର ଏସ୍‌ଆଇ ମହମ୍ମଦ ସୁରଜ୍ ଜଣେ ଟ୍ରକ ଡ୍ରାଇଭର ଠାରୁ ୨ହଜାର ଟଙ୍କା ବଟି ମାଗିବା ଘଟଣା ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଏସ୍‌ଆଇ ଜଣକ କହୁଛନ୍ତି, ୨ହଜାର ଟଙ୍କା ନଦେଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ମାତ୍ର ଟ୍ରକ ଡ୍ରାଇଭର ନେହୁରା ହୋଇ ତାର ମା’ ମରିଯାଇଛି, ସେ କିଛି ଖାଇ ନାହିଁ ବୋଲି କହୁଛି । ଏଥିସହ ବାଧ୍ୟ ହୋଇ କିଛି ଟଙ୍କା ଏସ୍‌ଆଇଙ୍କୁ ଦେଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏସ୍ଆଇ ସୁରଜ ତୋର ମା’ ମରିଗଲା କ’ଣ ହେଲା ବୋଲି କହୁଥିବା ଭିଡିଓରେ ରହିଛି। ଏପରିକି, ଏସ୍‌ଆଇ ଜଣକ ସା‌ଦା ପୋଷାକରେ ପୁଲିସ ଗାଡ଼ିରେ ହାପ୍‌ପ୍ୟାଣ୍ଟ ପିନ୍ଧି ବସିଥିବା ବେଳେ ମାସ୍କ ମଧ୍ୟ ପିନ୍ଧି ନ ଥିଲେ। ଏଭଳି ଅବସ୍ଥାରେ ଟ୍ରକ ଡ୍ରାଇଭର ସହିତ ମୂଲଚାଲ କରିବା ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe