ବଟି ଆଦାୟକୁ ନେଇ ଚର୍ଚ୍ଚାରେ ଟମକା ପୁଲିସ; ଭିଡିଓ ଭାଇରାଲ, ଏସ୍‌ଆଇ ହରଡ଼ଘଣାରେ

Advertisment
ବଟି ଆଦାୟକୁ ନେଇ ଚର୍ଚ୍ଚାରେ ଟମକା ପୁଲିସ; ଭିଡିଓ ଭାଇରାଲ, ଏସ୍‌ଆଇ ହରଡ଼ଘଣାରେ

ଯାଜପୁର/କାଳିଆପାଣି : ଜଣେ ଗାଡ଼ି ଡ୍ରାଇଭରଙ୍କୁ ୨ହଜାର ଟଙ୍କା ବଟି ମାଗିବା ସମୟର ଭିଡିଓ ଭାଇରାଲ ହେବା ପରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଟମ୍‌କା ପୁଲିସ୍‌ର କାର୍ଯ୍ୟକଳାପ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି।

ଟ୍ରାଫିକ୍ ନିୟନ୍ତ୍ରଣ ଓ କରୋନା କଟକଣା ଆଳରେ ଟମକା ଥାନାର ଏସ୍‌ଆଇ ମହମ୍ମଦ ସୁରଜ୍ ଜଣେ ଟ୍ରକ ଡ୍ରାଇଭର ଠାରୁ ୨ହଜାର ଟଙ୍କା ବଟି ମାଗିବା ଘଟଣା ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଏସ୍‌ଆଇ ଜଣକ କହୁଛନ୍ତି, ୨ହଜାର ଟଙ୍କା ନଦେଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ମାତ୍ର ଟ୍ରକ ଡ୍ରାଇଭର ନେହୁରା ହୋଇ ତାର ମା’ ମରିଯାଇଛି, ସେ କିଛି ଖାଇ ନାହିଁ ବୋଲି କହୁଛନ୍ତି। ଏଥିସହ ବାଧ୍ୟ ହୋଇ କିଛି ଟଙ୍କା ଏସ୍‌ଆଇଙ୍କୁ ଦେଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏସ୍ଆଇ ସୁରଜ ତୋର ମା’ ମରିଗଲା କ’ଣ ହେଲ‌ା ବୋଲି କହୁଥିବା ଭିଡିଓରେ ରହିଛି। ଏପରିକି, ଏସ୍‌ଆଇ ଜଣକ ସା‌ଦା ପୋଷାକରେ ପୁଲିସ ଗାଡ଼ିରେ ହାପ୍‌ପ୍ୟାଣ୍ଟ ପିନ୍ଧି ବସିଥିବା ବେଳେ ମାସ୍କ ମଧ୍ୟ ପିନ୍ଧି ନଥିଲେ। ଏଭଳି ଅବସ୍ଥାରେ ଟ୍ରକ ଡ୍ରାଇଭର ସହିତ ମୂଲଚାଲ କରିବା ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଏ ଘଟଣାର ଭିଡିଓ ଭାଇରାଲା ହେବା ପରେ ତଦନ୍ତ ପାଇଁ ଏସ୍‌ପି ଚରଣସିଂ ମୀନା ଟମକା ଥାନା ଅଧିକାରୀ ସଂଘମିତ୍ରା ନାୟକଙ୍କୁ ଦାୟିତ୍ବ ଦେଇଥିବା ଜଣାପଡ଼ିଛି। ତେବେ, ଥାନା ଅଧିକାରୀ ନିଜେ ସୁରଜଙ୍କୁ ପଠାଇଥିବା କହିଥିବାବେଳେ ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe