‘ପୁନଶ୍ଚ ପୃଥିବୀ’ ଆନ୍ଦୋଳନରେ ସାମିଲ୍ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ କଲେ ତନୟା ପଟ୍ଟନାୟକ

ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ସମ୍ବାଦ ଏବଂ କନକ ନ୍ୟୁଜ୍‌ର ସଂପାଦକ ତନୟା ପଟ୍ଟନାୟକ ତାଙ୍କ ଅଭିଭାଷଣ ଦେଇ ତୃତୀୟ ସମ୍ମିଳନୀକୁ ସମସ୍ତଙ୍‌କୁ ସ୍ବାଗତ କରିବା ସହ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। 

Untitled-3

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ସମ୍ବାଦ ଏବଂ କନକ ନ୍ୟୁଜ୍‌ର ସଂପାଦକ ତନୟା ପଟ୍ଟନାୟକ ତାଙ୍କର ସ୍ବାଗତ ଅଭିଭାଷଣ ଦେଇଛନ୍ତି। 

ସେ ପ୍ରଥମେ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ପରିବେଶବିତ୍ ଏବଂ ପ୍ରାଣୀ କଲ୍ୟାଣ ଅଧିକାର କର୍ମୀ ମାନେକା ଗାନ୍ଧୀଙ୍କ ପରିଚୟ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନରେ ତାଙ୍କର ମାର୍ଗଦର୍ଶନ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇ ଦେଇଛି। ଜଣେ ପ୍ରାଣୀ ପ୍ରେମୀ ଓ ପ୍ରାଣୀ ସୁରକ୍ଷା ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରି ଆସୁଥିବା ମାନେକା ଗାନ୍ଧୀ ଭାରତରେ ଓ ଆନ୍ତଜାର୍ତୀକ ସ୍ତରରେ ଯଥେଷ୍ଟ କ୍ଷ୍ୟାତି ଅର୍ଜନ କରିଛନ୍ତି। ଏହି କାରରରୁ ଜଣେ ରାଜନେତ୍ରୀ ଅପେକ୍ଷା ପ୍ରାଣୀପ୍ରେମୀ ଭା‌ବେ ତାଙ୍କର ପରିଚୟ ଅଧିକ ଲୋକପ୍ରିୟତା ଆଣିଦେଇଛି ବୋଲି ତନୟା କହିଛନ୍ତି।

Untitled

ତନୟା ପଟ୍ଟନାୟକ ଆହୁରି ବି କହିଛନ୍ତି ଯେ ‘‘ଘରେ ଘରେ ଜଣେ ଜଣେ କ୍ଲାଇମେଟ୍‌ ଯୋଦ୍ଧା ସୃଷ୍ଟି କରିବାର ଲକ୍ଷ ନେଇ ଆମେ ୨୦୨୩-୨୪ ମସିହାରେ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲୁ। ଏହାପରେ ପରିବେଶ ପଞ୍ଚାୟତ ମାଧ୍ୟମରେ ଏହାକୁ ଆଗକୁ ନେବା ପାଇଁ ‘ସମ୍ବାଦ’ ପକ୍ଷରୁ ପ୍ରୟାସ ଜାରି ରହିଛି।ରାଜନେତା, ‌ମହିଳା, ଯୁବକ, ବୁଦ୍ଧିଜୀବୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଓଡ଼ିଶାର ଭବିଷ୍ୟତ, ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ଦିଗରେ ସଚେତନ କରିବା ପାଇଁ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏ କ୍ଷେତ୍ରରେ ଯେଉଁ ସବୁ ସମସ୍ୟା ରହୁଛି ବା ଲୋକଙ୍କ ମନରେ ପ୍ରଶ୍ନ ରହିଛି; ସେସବୁକୁ ଆମେ ‘ସମ୍ବାଦ’ ମାଧ୍ୟମରେ ପ୍ରକାଶ କରୁଛୁ। ସେଥିପାଇଁ ‘ସମ୍ବାଦ’ରେ ପୁନଶ୍ଚ ପୃଥିବୀ ଭାବରେ ଆମର ଏକ ସ୍ବତନ୍ତ୍ର ପୃଷ୍ଠା ମଧ୍ୟ ପ୍ରକାଶ ପାଉଛି।’’

ଏହି କାର୍ଯ୍ୟକ୍ରମ କେବଳ ଭୁବନେଶ୍ବରେ ସୀମିତ ନହେଇ ଭିତରକନିକା ଓ ବ୍ରହ୍ମପୁରରେ ମଧ୍ୟ ସଫଳତାର ସହ ଆୟୋଜିତ ହୋଇଛି। ସାହିତ୍ୟଘର ମାଧ୍ୟମରେ ଲକ୍ଷ ଲକ୍ଷ ବୃକ୍ଷରୋପଣ କରାଯାଇଛି। ଏହି ୩ ଦିନଆ ସମ୍ମିଳନୀରେ ଗଛକୁ ଭଲପାଉଥିବା ପରିବେଶ ପ୍ରେମୀମାନେ ଅଂଶଗ୍ରହଣ କରିଛନ୍ତି।

 ଏହି ଆନ୍ଦୋଳନରେ ସମସ୍ତଙ୍କୁ ଯୋଗ ଦେବା ପାଇଁ ତନୟା ପଟ୍ଟନାୟକ ଆହ୍ବାନ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe