ଟ୍ୟାଙ୍କର ଧକ୍କାରେ ମହିଳା ମୃତ      

Advertisment
କୋଲାବ ନଦୀକୁ ଡେଇଁପଡ଼ିଲେ ମହିଳା ପୋଷ୍ଟମାଷ୍ଟର

Image Courtesy of India.com

ସମ୍ବଲପୁର: ଧନୁପାଲି ଥାନା ପୁଟିବନ୍ଧ ଛକରେ ରବିବାର ଅପରାହ୍ଣରେ ଏକ ଟ୍ୟାଙ୍କର୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଅଇଁଠାପାଲି ଅନୁଗୁଳିଆପଡ଼ାର ସୁବର୍ଣ୍ଣ ମିଶ୍ର(୫୦)। ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣ କୌଣସି କାମରେ ରବିବାର ତାଙ୍କ ସ୍କୁଟି(ଓଡି ୧୫କ୍ୟୁ ୨୪୨୭) ଧରି ସିନ୍ଦୁରପଙ୍କ ଯାଇଥିଲେ। ସେଠାରୁ କାମ ସାରି ଅପରାହ୍ଣ ସାଢ଼େ ୪ଟା ସମୟରେ ସେ ଧନୁପାଲିରେ ଥିବା ତାଙ୍କ ଦୋକାନକୁ ଯାଉଥିବା ବେଳେ ପୁଟିବନ୍ଧ ନିକଟରେ ଏକ ତେଲ ଟ୍ୟାଙ୍କର୍‌(ଓଡି ୨୩ଏନ୍‌ ୦୩୨୯) ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା।

ସୁବର୍ଣ୍ଣ ଛିଟିକି ପଡ଼ି ଚେତା ହରାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି  ଆମ୍ବୁଲାନ୍ସ ସହାୟତାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ପରେ ପାଖରେ ସ୍ବାମୀ ଲକ୍ଷ୍ମଣ ମିଶ୍ର ରହିଛଅଥଇ। ତାଙ୍କର ଏକମାତ୍ର ପୁଅ ବେଙ୍ଗାଲୁରୁରେ ଚାକିରି କରୁଛନ୍ତି। ଏ ନେଇ ସୁବର୍ଣ୍ଣଙ୍କ ସ୍ବାମୀ ଲକ୍ଷ୍ମଣ ମିଶ୍ର ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଏହି ଦୁର୍ଘଟଣା ଘଟିଥିବା ସୁବର୍ଣ୍ଣଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ସୁବର୍ଣ୍ଣଙ୍କ ସ୍କୁଟିକୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe