ପୁଣି ଆନନ୍ଦ ବଜାରରେ ମିଳିବ ଟଙ୍କ ତୋରାଣି

odishasuntimes.com

ପୁରୀ : ୨୦୧୭ରୁ ଶ୍ରୀମନ୍ଦିର ଆନନ୍ଦବଜାରରେ ଟଙ୍କ ତୋରାଣି ବିକ୍ରି ବନ୍ଦ କରାଯାଇଥିବା ବେଳେ ଏହି ନିଷ୍ପତ୍ତିର ପୁନଃବିଚାର କରାଯାଇଛି। ଖୁବ ଶୀଘ୍ର ଆନନ୍ଦବଜାରରେ ଟଙ୍କା ତୋରାଣି ବିକ୍ରି ଆରମ୍ଭ ହେବ ବୋଲି ଆଜି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଭକ୍ତମାନଙ୍କୁ ଉତ୍ତମମାନର ଟଙ୍କ ତୋରାଣି ଦିଆଯିବ। ଏ ସଂପର୍କରେ ସୁଆର ମହାସୁଆର ନିଯୋଗ ସହିତ ଆଲୋଚନା କରାଯାଇ ସ୍ଥାନ ନିରୂପଣ କରାଯିବ। ଆସନ୍ତା ଦୁଇଦିନ ଭିତରେ ସୁଆର ସେବକଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି କହିଛନ୍ତି।

publive-image mycitylinks.in

ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ଆନନ୍ଦବଜାରରେ ଟଙ୍କ ତୋରାଣି ବିକ୍ରି କରାଯାଉଥିଲା। ଭକ୍ତମ‌ାନେ ଏହାକୁ ଆନନ୍ଦରେ ପିଉଥିଲେ। କାଳକ୍ରମେ ଏହାର ମାନ ପ୍ରତି ଆଉ ଗୁରୁତ୍ବ ଦିଆଗଲା ନାହିଁ। ଅନାବଶ୍ୟକ ଗହଳି ବି ଜମିଲା। ଏହାକୁ ନେଇ ଅଭିଯୋଗ ହେବା ପରେ ୨୦୧୭ରେ ଶ୍ରୀମନ୍ଦିରର ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଟଙ୍କ ତୋରାଣି ବିକ୍ରିକୁ ବନ୍ଦ କରିଥିଲେ। ତେବେ ଏହାକୁ କେନ୍ଦ୍ର କରି ବିବାଦ ଉପୁଜିବା ସହ ପୁଣି ଥରେ ଟଙ୍କ ତୋରାଣି ବିକ୍ରି ଆରମ୍ଭ କରିବାକୁ ଦାବି ହୋଇ ଆସୁଥିଲା। ସୁଆରଙ୍କ ଦାବି ଓ ଭକ୍ତଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ପୁଣି ଥରେ ଟଙ୍କ ତୋରାଣି ବିକ୍ରି କରାଯିବା ଲାଗି ଆଜି ବୈଠକରେ ନିଷ୍ପତ୍ତି ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe