ଟ୍ୟାଙ୍କର ଧକ୍କାରେ ବୃଦ୍ଧ ମୃତ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ବରଗଡ଼: ବରଗଡ଼ ସହରର ଅନ୍ୟତମ ପ୍ରବେଶ ପଥ ହଲଦୀପାଳି ଛକଠାରେ ବେଦାନ୍ତ କମ୍ପାନିର ଟ୍ୟାଙ୍କର୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଗୁଡ଼େଶିରା ଗ୍ରାମର ଅଲେଖ ହରିପାଲ(୬୦)।   ସେ ସାଇକେଲରେ ଘାସ ନେଇ ରାସ୍ତା ପାରି ହେଉଥିବା ସମୟରେ ଟ୍ୟାଙ୍କର୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତେବେ ପରିବାର ଲୋକଙ୍କ ଅନୁପସ୍ଥିତିରେ ପୁଲିସ ଶବ ଉଠାଇ ନେଇଥିବାରୁ ଲୋକେ ତୀବ୍ର ବିରୋଧ କରି ରାସ୍ତାରୋକ କରିଥିଲେ।

ଫଳରେ ରାଜପଥର ଉଭୟ ପାର୍ଶ୍ବରେ ହଜାର ହଜାର ଗାଡ଼ି ଛିଡ଼ା ହୋଇ ରହିଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଲୋକେ ଅଡ଼ି ବସିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାହ୍ଣ ୨ଟା ପାଖାପାଖି ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପ‌ରେ ଆନ୍ଦୋଳନ ହଟିଥିଲା। ପରେ ଯାତାୟତ ସ୍ବାଭାବିକ ହୋଇଥିଲା। ଅନ୍ୟପକ୍ଷରେ ଭାରୀଯାନ ଗୁଡ଼ିକ ରାଜପଥରେ ବେଆଇନ୍‌ ଭାବେ ପାର୍କିଂ କରୁଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe