ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା, ଜଳିଗଲା ଟ୍ୟାଙ୍କର୍

Advertisment
ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା, ଜଳିଗଲା ଟ୍ୟାଙ୍କର୍

ରାୟଗଡା: ରାୟଗଡା ସହର ନିଟସ୍ଥ ମା’ ମଝି ଘରିଆଣି ମନ୍ଦିର ନିକଟରେ ଏକ ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା ହେବା ଫଳରେ ଟ୍ୟାଙ୍କରଟି ଜଳି ଯାଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର ୪ଟା ସମୟରେ ଏକ ଟ୍ୟାଙ୍କର୍ ବିଶାଖାପାଟଣାରୁ ରାୟଗଡ଼ା ଆଡ଼କୁ ଆସୁଥିଲା । ଅପରପକ୍ଷରେ ଏକ ଟ୍ରକ୍ ରାୟଗଡ଼ାରୁ ବିଶାଖାପାଟଣା ଆଡ଼କୁ ଯାଉଥିଲା। ଉଭୟ ଗାଡ଼ି ରାୟଗଡ ସହରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ପିତାମହଲର ମା’ ମଝି ଘରିଆଣି ମନ୍ଦିର ନିକଟରେ ପରସ୍ପର ସହିତ ଘଷି ହୋଇଥିଲେ। ଏହା ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ଟ୍ୟାଙ୍କରର ଡ୍ରାଇଭର କେବିନଟି ସଂପୂର୍ଣ୍ଣ ଜଳିଯାଇଥିଲା।

publive-image

ଖବର ପାଇ ତତକ୍ଷଣାତ୍ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରକଚାଳକଙ୍କର କିଛି କ୍ଷତି ଘଟି ନ ଥିବା ଜଣାଯାଇଛି।

ଟ୍ୟାଙ୍କରଟି ମୁମ୍ବାଇରୁ ଜେକେପୁର କାଗଜକଳକୁ ହାଇଡ୍ରୋଜେନ୍ ପାରକ୍ସାଇଡ୍ ଏସିଡ୍ ନେଇ ଆସୁଥିଲା ବୋଲି ସୂଚନା ମିଳିଛି। ଅପରପକ୍ଷରେ ଟ୍ରକଟି ଲୁହାପଥର ନେଇ ଯାଉଥିଲା ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe