ଗଡ଼ପୋଷରେ ରହିଲା ତପସ୍ବିନୀ ଓ ସମଲେଶ୍ବରୀ ଟ୍ରେନ୍‌

Advertisment
ଗଡ଼ପୋଷରେ ରହିଲା ତପସ୍ବିନୀ ଓ ସମଲେଶ୍ବରୀ ଟ୍ରେନ୍‌

(representational immage) India Rail Info

ବାମରା: ବାମରା ବ୍ଲକ ଗଡପୋଷ ରେଳ ଷ୍ଟେସନରେ ଦୁଇଟି ଟ୍ରେନ୍‌ ତପସ୍ୱିନୀ ଏବଂ ସମଲେଶ୍ବରୀ ରବିବାର ରହଣି ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଗଡ଼ପୋଷ ରେଳ ଷ୍ଟେସନରେ କରୋନା ପୂର୍ବରୁ ରହଣି ଥିବା ସମସ୍ତ ଚାରୋଟି ଏକ୍ସପ୍ରେସ ଟ୍ରେନର ପୁନଃ ରହଣି ଦାବି ନେଇ ଗଡପୋଷ ରେଳ ସଂଘର୍ଷ କମିଟି ପକ୍ଷରୁ ପୂର୍ବରୁ ବହୁବାର ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ବର୍ଗର ଲୋକ, ରାଜନୈତିକ ଦଳର ଆନ୍ଦୋଳନ ଫଳରେ ରବିବାର ସନ୍ଧ୍ୟା ୮.୩୦ରେ ତପସ୍ଵିନୀ ଓ ସମଲେଶ୍ଵରୀ ଟ୍ରେନ ରହଣି ଆରମ୍ଭ ହୋଇଛି।

ଏହି ପରିପ୍ରେକ୍ଷୀରେ ପୂର୍ବ ବିଧାୟକ ରବି ନାରାୟଣ ନାଏକଙ୍କୁ ଏକ ଶୋଭାଯାତ୍ରାରେ ଆଣି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମା’ ସମଲେଶ୍ଵରୀ ବିକାଶ ମଞ୍ଚ ଫଟାଟାଙ୍ଗର ଦ୍ବାରା ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ ହୋଇଥିଲା। ଏହି ଅବସରରେ ବାମରା ପଞ୍ଚାୟତ ସମିତି ଅଧ୍ୟକ୍ଷା ପିଙ୍କି ଧୁରୁଆ, ଉପାଧ୍ୟକ୍ଷ ସଞ୍ଜୟ ଦାସ, ପୂର୍ବ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ରେଳ ସଂଘର୍ଷ କମିଟି ସଭାପତି ସଦାନନ୍ଦ କ୍କୁଜୁର, ଗଡପୋଷ ସରପଞ୍ଚ ପୁଷ୍ପା ତିର୍କୀ, ସଗରା ସରପଞ୍ଚ ଗୋଲାପି ବାଘ, ବରିଷ୍ଠ ନାଗରିକ ବିକାଶ ମଞ୍ଚର ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ପରେ ଷ୍ଟେସନରେ ତପସ୍ଵିନୀ ଓ ସମଲେଶ୍ଵରୀ ଟ୍ରେନକୁ ସ୍ଵାଗତ କରାଯାଇ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ତେବେ ବର୍ତ୍ତମାନ ଏହି ଦୁଇଟି ଟ୍ରେନର ରହଣି ୬ ମାସ ପାଇଁ ପରୀକ୍ଷା ମୂଳକ ଭାବରେ ଥିବାରୁ ଆଗକୁ ଏହା କିପରି ସ୍ଥାୟୀ ରହଣି ହେବ ଏବଂ ଅନ୍ୟ ଦୁଇଟି ଟ୍ରେନର ରହଣି ସାଙ୍ଗକୁ ଏକ ଭୂତଳ ରାସ୍ତା ନିର୍ମାଣ ପାଇଁ ଲଢ଼େଇ ଜାରି ରହିବ ବୋଲି ରେଳ ସଂଘର୍ଷ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe