ଭଲ ଖବର: ମୁଣ୍ଡରେ ଘର ଦାୟିତ୍ବ, ପାୱାର୍‌ ଟିଲର୍‌ ଚଳାଇ ପଢ଼ୁଛନ୍ତି ତରା

ଭଲ ଖବର: ମୁଣ୍ଡରେ ଘର ଦାୟିତ୍ବ, ପାୱାର୍‌ ଟିଲର୍‌ ଚଳାଇ ପଢ଼ୁଛନ୍ତି ତରା

ମୋହନା : ସକାଳେ ବିଲରେ ଚଳାଉଛି ପାୱାର୍‌ ଟିଲର୍‌। ଦିନ ୧୦ଟା ହେବା ମାତ୍ରେ ୟୁନିଫର୍ମ ପିନ୍ଧି ନିୟମିତ ଯାଉଛନ୍ତି କଲେଜ। ପାଠପଢ଼ା, ଚାଷବାସ, ଘର କାମ‌ ଦାୟିତ୍ବ ନିର୍ବାହରେ ପାରଙ୍ଗମ ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ବଡ଼ଖଣି ନୂଆସାହି ଗାଁର ଲକ୍ଷ୍ମଣ ମଳିକଙ୍କ ଝିଅ ତରା ମଲ୍ଲିକ। ପରିବାରର ଘୋର ଆର୍ଥିକ ଅନଟନ ମଧ୍ୟରେ ବି ପାଠ ପଢ଼ି ଅଧ୍ୟାପିକା ହେବାର ସ୍ବପ୍ନ ଦେଖୁଛନ୍ତି।

ଲକ୍ଷ୍ମଣଙ୍କ ଦୁଇ ପୁଅ ଓ ତିନି ଝିଅ ଥିବା ବେଳେ ଦୁଇପୁଅ ବିବାହ କରି ଘରଠୁ ଦୂରରେ ଅନ୍ୟତ୍ର ରହୁଛନ୍ତି। ତିନି ଭଉଣୀଙ୍କ ମଧ୍ୟରୁ ବଡ଼ଭଉଣୀ ଓ ସାନଭଉଣୀ ଯୁକ୍ତଦୁଇ ପରେ ଆର୍ଥିକ ଅନଟନରୁ ପାଠରେ ଡୋରି ବାନ୍ଧିଛନ୍ତି। ହେଲେ ମଝିଆ ଝିଅ ତରା କିନ୍ତୁ ହାର ମାନିନାହାନ୍ତି। ସକାଳୁ ବିଲରେ କାମ ପରେ କମ୍ପ୍ୟୁଟର ଶିକ୍ଷା ଏହା ପରେ ପରେ ପୁଣି କଲେଜକୁ ଯାଇଥାନ୍ତି ଅଧ୍ୟୟନ ପାଇଁ। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ବି ନାହିଁ। ଏବେ ସେ ମୋହନା ହିଲ୍‌ ଟପ୍‌ କଲେଜରେ ଯୁକ୍ତ ୩ ଦ୍ବିତୀୟ ବର୍ଷ କଳାରେ ପାଠ ପଢ଼ୁଛନ୍ତି। ତାଙ୍କ ଶୃଙ୍ଖଳିତ ବ୍ୟବହାର ଓ ପାଠ ପ୍ରତି ଆଗ୍ରହକୁ ଦେଖି କଲେଜ ଅଧ୍ୟକ୍ଷ, ଅଧ୍ୟାପକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe