‘ଭାଲୁ ବାହିନୀପତି ରିଅଲ ଟାଇଗର, କୁତ୍ତା ହେବନି’

Advertisment
ମହାନଦୀକୁ ନେଇ କାଦୁଅଫିଙ୍ଗା

Molitics

ଭୁବନେଶ୍ବର : ଗତ ସୋମବାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶର ଶୀର୍ଷକ ଥିଲା ‘ଜାନକୀ ବାବୁ ଓ ବସନ୍ତବାବୁଙ୍କ ଯୋଡ଼ି : ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’। ଏହି ସମାବେଶକୁ ନେଇ ରାଜ୍ୟ କଂଗ୍ରେସରେ ବୟାନବାଜି ଲାଗି ରହିଛି। ଦଳରେ ଗୋଷ୍ଠୀ ବିବାଦ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ଆଜି ଏଥିରେ ଘିଅ ଢାଳିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ଗଣମାଧ୍ୟମକୁ ଶ୍ରୀ ବାହିନୀପତି କହିଛନ୍ତି ଯେ ଆମର ଗୋଷ୍ଠୀ ବିବାଦ ଅଛି। ଗୋଷ୍ଠୀ ବିବାଦ ପାଇଁ କିଏ କେଉଁ ଦଳକୁ ଯିବାକୁ ଚାହୁଁଛନ୍ତି ତାହା ସତକଥା। ଯଦି ଆପୋସ ମିଳାମିଶା ଓ କଥାବାର୍ତା ହୋଇଯିବେ ତାହାଲେ ଆଉ ଗୋଷ୍ଠୀ ବିବାଦ ରହିବ ନାହିଁ। ଭାଲୁ ବାହିନୀପତି ରିଅଲ ଟାଇଗର। କୌଣସି ଦଳକୁ ଯିବିନାହିଁ। ମୁଁ ଜଣେ ବାଘ, ମୁଁ କୁତ୍ତା ହେବିନି। ସେର୍ ଭୁକା ମର ଯାଏଗା, ଲେକିନ୍ ଘାସ ନେହିଁ ଖାଏଗା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦ ନୁହେଁ, ଜଣେ ମୁଖ୍ୟମନ୍ତ୍ରୀ ହେବେ। ସିଏ ଶରତ ପଟ୍ଟନାୟକ ହୁଅନ୍ତୁ ବା ବିଜୟ ପଟ୍ଟନାୟକ। ଅନ୍ୟ କେହି ହେଲେ ବି ସେ ବିଷୟରେ କିଛି କହିବାର ନାହିଁ। କିନ୍ତୁ ଦଳ ପ୍ରଥମେ ଶାସନକୁ ଆସିବା ଦରକାର। ସମସ୍ତେ ମିଳିତ ଭାବେ ବସିବା ଦରକାର। ସେଥିପାଇଁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛି। ସମସ୍ତଙ୍କୁ ଏକାଠି କରି ବସାଇବାକୁ କହିଛି। ତା’ ପରେ ଚିନ୍ତ କରିବା ୯ରୁ ୯୦ ନା ୨୫ରୁ ୫୦ ବିଧାୟକ ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe