ଫଳ ଓ ପନିପରିବା, ସବାଇ ଘାସ ଏବଂ ରବର ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀର ବାର୍ଷିକ ସାଧାରଣ ବୈଠକ

‘ଜିଲ୍ଲାରୁ ୫ଶହ ମେଟ୍ରିକ ଟନ ଆମ୍ବ ରପ୍ତାନୀ ଲକ୍ଷ୍ୟ’

ଫଳ ଓ ପନିପରିବା, ସବାଇ ଘାସ ଏବଂ ରବର ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀର ବାର୍ଷିକ ସାଧାରଣ ବୈଠକ

ବାରିପଦା: ମୟୂରଭଞ୍ଜ ଆମ୍ବର ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଚାହିଦା ରହିଛି। ଜିଲ୍ଲାରେ ଆମ୍ବ ଉତ୍ପାଦନ କରି ଚାଷୀମାନେ ବେଶ ଉପକୃତ ହେଉଛନ୍ତି। ଚଳିତ ବର୍ଷ କରୋନା କଟକଣା ଥିଲେ ସୁଦ୍ଧା ୧୦୦ ମେଟ୍ରିକ ଟନ ଆମ୍ବ ରପ୍ତାନୀ ହୋଇପାରିଛି। ଜଣାଶୁଣା ମଦର ଡେରୀ ଏହି ଆମ୍ବ କ୍ରୟ କରିଛି। ଆଗକୁ ଜିଲ୍ଲାରୁ ୫ଶହ ମେଟ୍ରିକ୍ ଟନ ଆମ୍ବ ରପ୍ତାନୀ କରିବାର ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାରେ ଓରମାସ୍, ଓଏଲଏମ ଏବଂ ଆଇଟିଡିଏର ଶାଖା ଭାବେ କାର୍ଯ୍ୟ କରୁଥିବା ଫଳ ଓ ପନିପରିବା, ସବାଇ ଘାସ ଏବଂ ରବର ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଏନେଇ ଚାଷୀମାନଙ୍କୁ ସମସ୍ତ ସହାୟତା ଏବଂ ସହଯୋଗ ଯୋଗାଇଦେଉଛନ୍ତି।

ଆଜି ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଫଳ ଓ ପନିପରିବା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀର ଷଷ୍ଠ ବାର୍ଷିକ ସାଧାରଣ ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନେ ଏପରି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ସବାଇ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀର ୫ମ ଏବଂ ରବର ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀର ୪ର୍ଥ ବାର୍ଷିକ ସାଧାରଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଉପରୋକ୍ତ ତିନି ପ୍ରଡ୍ୟୁସର କମ୍ପାନୀ ସହିତ ଜିଲ୍ଲାରୁ ପ୍ରାୟ ଶହେ ପ୍ରଡ୍ୟୁସର ଗ୍ରୁପ୍ ଯୋଡ଼ି ହୋଇ କାର୍ଯ୍ୟ କରୁଛନ୍ତି। ଏହି କମ୍ପାନୀମାନେ ଫଳ, ପନିପରିବା, ସବାଇ ଘାସ ଏବଂ ରବର ଚାଷୀଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରିଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ସାମଗ୍ରୀକ ଭାବେ ସମସ୍ତ ସହାୟତା କରୁଥିବା କମ୍ପାନୀଗୁଡ଼ିକ ପକ୍ଷରୁ ପ୍ରକାଶ।

ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟ, ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀ, ଶ୍ୟାମାଖୁଣ୍ଟାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଦେବାଶିଷ ଜୟପୁରିଆ, ଓରମାସ୍ର ଡେପୁଟି ସିଇଓ ବିମାନ ମଲ୍, ଡିଆଇସି ଆଇପିଓ(ସବାଇ ଘାସ) ରଘୁନାଥ ବଳା, ରବର ବୋର୍ଡ ଫିଲ୍ ଅଧିକାରୀ ଶକ୍ତିନାଥ ଶତପଥୀ, ଫଳ ଓ ପନିପରିବା ପ୍ରଡ୍ୟୁସର୍ କମ୍ପାନୀ ସିଇଓ ଶୁଭକାନ୍ତ ଜେନା, ମାର୍କେଟିଂ ମ୍ୟାନେଜର ଦିପାୟନ ତ୍ରିପାଠୀ, ସବାଇ ଫାର୍ମର ପ୍ରଡ୍ୟୁସର କମ୍ପାନୀ ସିଇଓ ସଞ୍ଜୀବ କୁମାର ପଣ୍ଡା, ପ୍ରକ୍ୟୁରମେଣ୍ଟ୍ ମ୍ୟାନେଜର୍ ଭାଗ୍ୟଶ୍ରୀ ମହାନ୍ତି, ରବର ପ୍ରଡ୍ୟୁସର କମ୍ପାନୀ ମାର୍କେଟିଙ୍ଗ୍ ମ୍ୟାନେଜର ସୁରେଶ କୁମାର ନାୟକ ପ୍ରମୁଖଙ୍କ ସମେତ ତିନି ପ୍ରଡ୍ୟୁସର କମ୍ପାନୀର କର୍ମଚାରୀ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରଡ୍ୟୁସର ଗ୍ରୁପ୍ର ସଦସ୍ୟ/ସଦସ୍ୟା ଉପସ୍ଥିତ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe