ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଘୋଷଣାକୁ ଟାର୍ଗେଟ୍‌: ୨୦୧୯ର ପ୍ରତିଶ୍ରୁତି; ଏ ଯାଏ ପାଳିତ ହୋଇନି

Advertisment

ବିଜେପି ପାଇଁ ପ୍ରଚାର ମୁଣ୍ଡି ମାରିଲେ ଧର୍ମେନ୍ଦ୍ର

ବିଜେପି ପାଇଁ ପ୍ରଚାର ମୁଣ୍ଡି ମାରିଲେ ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଘୋଷଣାକୁ ଟାର୍ଗେଟ୍‌: ୨୦୧୯ର ପ୍ରତିଶ୍ରୁତି; ଏ ଯାଏ ପାଳିତ ହୋଇନି

ବରଗଡ଼/ପଦ୍ମପୁର : ଉପନିର୍ବାଚନ ପାଇଁ ପ୍ରଚାରରେ ମୁଣ୍ଡି ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରବନ୍ଧ ବ୍ଲକ୍‌ ଜଗଦଲପୁର ଏବଂ ପଦ୍ମପୁରଠାରେ ଜନସଭା ଏବଂ ରୋଡ୍‌ ସୋ’ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁନର୍ବାର ରାଜ୍ୟ ସରକାରକୁ ସିଧା ଟାର୍ଗେଟ୍‌ କରିଛନ୍ତି। ବିଜେଡି ସରକାର ୨୦୨୩ରେ ଜିଲ୍ଲା ଗଠନ କରିବା କଥା କହି ପଦ୍ମପୁରବାସୀଙ୍କୁ ଠକୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଜନସଭାରେ ସେ କହିଲେ, ମୁଖ୍ୟମନ୍ତ୍ରୀ  ଗତକାଲି ପଦ୍ମପୁରରେ କେବଳ ମିଛ ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୯ରେ ମୁଖ୍ୟମନ୍ତ୍ରୀ  ପଦ୍ମପୁରକୁ ଜିଲ୍ଲା କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଶୁକ୍ରବାର ପଦ୍ମପୁରଠାରେ ସେ ଏହି ପ୍ରତିଶ୍ରୁତିକୁ ପୁଣି ୨୦୨୩ ଯାଏ ଗଡ଼ାଇ ଦେଇଛନ୍ତି। ୧୯୯୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଏବେକାର ପାଖଲୋକ ହିଁ ଜିଲ୍ଲା ଗଠନ କରାଇ ଦେଇନଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ୨୨ ବର୍ଷ କ୍ଷମତାରେ ଥାଇ ପାଇକମାଳକୁ ଏନ୍‌ଏସି ଏବଂ ଝାରବନ୍ଧ ବ୍ଲକ୍‌ରେ ଜଳସେଚନ ପ୍ରକଳ୍ପ କଥା ମୁଖ୍ୟମନ୍ତ୍ରୀ ଭୁଲି ଯାଇଥିଲେ କି ବୋଲି ସେ ପ୍ରଶ୍ନ କରିଥିଲେ।  ଅନ୍ୟପକ୍ଷରେ ବରଗଡ଼-‌ନୂଆପଡ଼ା ରେଳ ଲାଇନ୍‌ କଥା ଉଠାଇ ଶ୍ରୀ ପ୍ରଧାନ ପାଲଟା ରାଜ୍ୟ ସରକାର ଉପରେ ଦୋଷ ଲଦିଛନ୍ତି।

ସେ କହିଲେ, ମୁଖ୍ୟମନ୍ତ୍ରୀ ଭୋଟସର୍ବସ୍ୱ ରାଜନୀତି କରି ରେଳ ଲାଇନ୍‌ ପ୍ରସଂଗ କଥା ଉଠାଇଛନ୍ତି। ରାଜ୍ୟ ସରକାରଙ୍କ ସଂସ୍ଥା ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡକୁ ରେଳ ଲାଇନର କାମ ଦିଆଯାଇଛି। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏହି କମ୍ପାନିର ଚେୟାରମ୍ୟାନ। ତେଣୁ ରେଳ ଲାଇନ୍‌ର ବିସ୍ତୃତ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏହାବାଦ୍ ସେ କେନ୍ଦୁପତ୍ର କ୍ରୟବିକ୍ରୟ କଥା ବି ଉଠାଇଥିଲେ। କେନ୍ଦୁପତ୍ରରୁ ଆଦାୟ ହେଉଥିବା ୧୮ ପ୍ରତିଶତ ଜିଏସ୍‌ଟିରୁ ଅଧା ଓଡ଼ିଶାର ରାଜସ୍ବକୁ ଆସୁଛି ‌ବୋଲି ସେ କହିଥିଲେ। ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟ ଜରିଆରେ ସ୍ଥାନୀୟ ଅଂଚଳରେ ଥିବା ଦାଦନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ।  ବିଜେଡି ସରକାରକୁ ଦଳିତ, ଜନଜାତି, ପଛୁଆ ଜାତି ବିରୋଧୀ ବୋଲି ବିବେଚନା କରିଥିଲେ। ଏହା ସହିତ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe