ରଜ ସଂକ୍ରାନ୍ତିରେ ତାରିଣୀ ପୀଠ ଲୋକାରଣ୍ୟ: ସୁନାବେଶରେ ଦର୍ଶନ ଦେଲେ ମା’

Advertisment

ରଜ ସଂକ୍ରାନ୍ତିରେ ଘଟଗାଁ ମା’ ତାରିଣୀ ପୀଠ ଲୋକାରଣ୍ୟ ହୋଇଛି। ରାଜ୍ୟର କୋଣଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧ‌ାଳୁ ପହଞ୍ଚି ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି। ରଜ ପାଇଁ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି।

ରଜ ସଂକ୍ରାନ୍ତିରେ ଘଟଗାଁ ମା’ ତାରିଣୀ ପୀଠ ଲୋକାରଣ୍ୟ ହୋଇଛି। ରାଜ୍ୟର କୋଣଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧ‌ାଳୁ ପହଞ୍ଚି ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି। ରଜ ପାଇଁ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି।

sdsdcxxcx

ଘଟଗାଁ: ରଜ ସଂକ୍ରାନ୍ତିରେ ଘଟଗାଁ ମା’ ତାରିଣୀ ପୀଠ ଲୋକାରଣ୍ୟ ହୋଇଛି। ରାଜ୍ୟର କୋଣଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧ‌ାଳୁ ପହଞ୍ଚି ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି। ରଜ ପାଇଁ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଘଟଗାଁରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। 

ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଲୋକେ ହନ୍ତସନ୍ତ

ରବିବାର ଭୋର ୫ଟାରୁ ପୂଜକମାନେ ମା’ଙ୍କ ମାର୍ଜନା, ବଡ଼ସିଂହାର ବେଶ, ମଙ୍ଗଳ ଆଳତି କରିବା ପରେ ସୁନାବେଶରେ ସଜ୍ଜିତ କରିଥିଲେ। ସକାଳ ୬ଟାରେ ସାଧାରଣ ଦର୍ଶନ ପାଇଁ ମୁଖ୍ୟ ଫାଟକ ଖୋଲା ଯାଇଥିଲା। ଶ୍ରଦ୍ଧାଳୁମାନେ ଧାଡ଼ିରେ ଆସି ମା’ଙ୍କ ସୁନାବେଶ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ନିର୍ମାଣ କରାଯାଇଥିଲା। ଶ୍ରଦ୍ଧାଳୁମାନେ ମାତ୍ର ଦୁଇଟି ନଡ଼ିଆ ନେଇ ମନ୍ଦିରରେ ପ୍ରବେଶ କରିଥିଲେ। ୧୦୮ ମାନସିକ ନଡ଼ିଆ ମନ୍ଦିର ପରିସରରେ ଥିବା ଦୁଆରଶୁଣିଙ୍କ ନିକଟରେ ପୂଜା ହୋଇଥିଲା। ଲକ୍ଷାଧିକଙ୍କ ଲୋକଙ୍କ ସମାଗମ ଯୋଗୁଁ ଘଟଗାଁରେ ଟ୍ରାଫିକ୍‌ ଅଣାୟତ୍ତ ହୋଇଥିବାବେଳେ ରାସ୍ତା ଜାମ୍‌ ଯୋଗୁଁ ଆମ୍ବୁଲାନ୍ସ ଫସି ରହିଥିଲା। ଘଟଗାଁ ବାଇପାସ୍‌ରୁ ତାରିଣୀ ପାଲାମଣ୍ଡପ ପର୍ଯ୍ୟନ୍ତ ୫୦୦ ମିଟର ରାସ୍ତାରେ ଅସମ୍ଭାଳ ଭିଡ଼ ହୋଇଥିଲା। ପର୍ଯ୍ୟଟକମାନେ ମନଇଚ୍ଛା ଗଳିକନ୍ଦିରେ ଗାଡ଼ିମୋଟର ରଖିବା ଯୋଗୁଁ ସ୍ଥାନୀୟ ଲୋକଙ୍କୁ ଘରୁ ବାହାରିବା ମୁସ୍କିଲ ହୋଇଥିଲା। ଡାକବଙ୍ଗଳାଛକ, ଉପରଡିହାଛକ ଓ ଡାକ୍ତରଖାନା ରାସ୍ତାରେ ପରିସ୍ଥିତି ବେହାଲ ହୋଇ ଯାଇଥିଲା। ମନ୍ଦିରରୁ ଦର୍ଶନ ସାରି ଗାଡ଼ି ପାଖରେ ପହଞ୍ଚିବା ପାଇଁ ଘଣ୍ଟାଘଣ୍ଟା ସମୟ ଲାଗିଥିଲା। ଅପରାହ୍ଣ ତିନିଟା ପରେ ଭିଡ଼ କମିବା ସହ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe