Tarini Peetha to be world-class: ବିଶ୍ବସ୍ତରୀୟ ହେବ ତାରିଣୀ ପୀଠ: ୩୧୨ କୋଟି ପ୍ରକଳ୍ପର ଶିଳାନ୍ୟାସ

Advertisment

ଘଟଗାଁରେ ଆଜି ବହୁ ପ୍ରତୀକ୍ଷିତ ମା’ ତାରିଣୀ ସମନ୍ବିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମା’ ତାରିଣୀଙ୍କ ପୀଠର ଉନ୍ନତି ପାଇଁ କୌଣସି ବାଧା କି ସମସ୍ୟା ନାହିଁ।

ଘଟଗାଁରେ ଆଜି ବହୁ ପ୍ରତୀକ୍ଷିତ ମା’ ତାରିଣୀ ସମନ୍ବିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମା’ ତାରିଣୀଙ୍କ ପୀଠର ଉନ୍ନତି ପାଇଁ କୌଣସି ବାଧା କି ସମସ୍ୟା ନାହିଁ।

dgadgzvcvcv

କେନ୍ଦୁଝର/ଘଟଗାଁ: ଘଟଗାଁରେ ଆଜି ବହୁ ପ୍ରତୀକ୍ଷିତ ମା’ ତାରିଣୀ ସମନ୍ବିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମା’ ତାରିଣୀଙ୍କ ପୀଠର ଉନ୍ନତି ପାଇଁ କୌଣସି ବାଧା କି ସମସ୍ୟା ନାହିଁ। ଏହି କାର୍ଯ୍ୟ ମା’ଙ୍କ ଆଶୀର୍ବାଦରେ ହେଉଛି। ଏହା ଏକ ବିଶ୍ୱସ୍ତରୀୟ ଧର୍ମୀୟ ପର୍ଯ୍ୟଟନସ୍ଥଳ ହେବ ବୋଲି ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଓ ପାରିପାର୍ଶ୍ବିକ ବିକାଶ ପାଇଁ ମଞ୍ଜୁର ହୋଇଥିବା ୩୧୨ କୋଟି ଟଙ୍କା ଏକବର୍ଷ ମଧ୍ୟରେ ଖର୍ଚ୍ଚ ହୋଇ ଏହି ଅଞ୍ଚଳରେ ସମସ୍ତ ତୀର୍ଥଯାତ୍ରୀ ସୁବିଧା ଉପଲବ୍‌ଧ ହେବ। ପ୍ରକଳ୍ପ ସହିତ ମନ୍ଦିର ଦେହୁରୀମାନଙ୍କ ରହିବା ପାଇଁ ଗୃହ ନିର୍ମାଣ ହେବ। ପୂର୍ତ୍ତ ବିଭାଗ ଏଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଓ ଜିଲ୍ଲାପାଳଙ୍କୁ ଡିପିଆର୍‌ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। 

Road accident: ସଡ଼କ ଦୁର୍ଘଟଣାରେ କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ

ପ୍ରାୟ ୬୦ ଏକର ଜମିରେ ହେବାକୁ ଥିବା ଏହି ଉନ୍ନତୀକରଣ କାର୍ଯ୍ୟରେ ୨୧୬ ଶଯ୍ୟାବିଶିଷ୍ଟ ଯାତ୍ରୀନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ବ୍ୟାଖ୍ୟାନ କେନ୍ଦ୍ର, ଖାଦ୍ୟ ପ୍ଲାଜା, ୱାଚ୍‌ ଟାୱାର, ମାର୍କେଟ୍ କମ୍ପ୍ଲେକ୍ସ, ନଡ଼ିଆ ଗୋଦାମ ଏବଂ ୫୦୦ ଜଣଙ୍କ ପାଇଁ ପ୍ରସାଦ ସେବନ ହଲ୍, ଶୌଚାଳୟ ବ୍ଲକ୍‌, ପୋଷାକ କୋଠରି, ଜୋତା ଷ୍ଟାଣ୍ଡ, ଟିକେଟ୍‌ କାଉଣ୍ଟର, ହାତ-ପାଦ ଧୋଇବା ସ୍ଥାନ ଓ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ ହେବ। ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତୀକରଣ, ପାର୍କିଂ, ଚାରିଟି ପୁଷ୍କରିଣୀର ସୌନ୍ଦର୍ଯ୍ୟୀକରଣ କରାଯିବ। ମା’ତାରିଣୀଙ୍କ ପୀଠ ପାଇଁ ପୂର୍ବ ସରକାର ମଞ୍ଜୁର କରିଥିବା ୫୦ କୋଟି ଟଙ୍କା ‘ସମୁଦ୍ରକୁ ଶଙ୍ଖେ’ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ କେନ୍ଦୁଝର ପ୍ରାକୃତିକ ସମ୍ପଦର ଗନ୍ତାଘର ଓ ଓଡ଼ିଶାର ହୃଦୟ। 

ବର୍ଷକ ମଧ୍ୟରେ ଉନ୍ନୟନ କାର୍ଯ୍ୟ ସରିବ: ମୁଖ୍ୟମନ୍ତ୍ରୀ

ଏଥିପାଇଁ ଅର୍ଥର ଅଭାବ ନାହିଁ, ବରଂ ଆଉ ଯାହା ଆବଶ୍ୟକ ତାହା କରାଯିବ ବୋଲି କହିଥିଲେ। ସମ୍ମାନିତ ଅତିଥି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, ରାଜ୍ୟର ବିଭନ୍ନ ପ୍ରକଳ୍ପର ନକ୍ସା ଅନୁମୋଦନ ପାଇଁ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଏ ତାହା ଏକାଥ‌ରକେ ଅନୁମୋଦନ ହୋଇଥାଏ। କିନ୍ତୁ ଯେତେବେଳେ ତାରିଣୀ ପ୍ରକଳ୍ପର ନକ୍ସା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିଲା, ପ୍ରତିଥର କିଛି ନା କିଛି ପରିବର୍ତ୍ତନ ହେଉଥିଲା। ପାଖାପାଖି ୬ ଥର ପରିବର୍ତ୍ତନ ହୋଇ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ହୋଇଛି। ଏହା କିଭଳି ଅତ୍ୟନ୍ତ ଉଚ୍ଚକୋଟୀର ହୋଇପାରିବ, ସେଥିପାଇଁ ସେ ଯତ୍ନବାନ ଥିଲେ। ପ୍ରଥମେ ଏହି ପ୍ରକଳ୍ପ ଖର୍ଚ୍ଚ ୧୫୦ କୋଟି ଥିଲା ଏବଂ ପରବର୍ତ୍ତୀ ସମୟରେ ତାହା ୩୧୨ କୋଟିରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଥିଲା, ମା’ ତାରିଣୀ ପୀଠର ବିକାଶରେ ଅର୍ଥ ବାଧକ ନ ହେଉ ଏବଂ ତାହା ହିଁ ହେଲା ବୋଲି ଶ୍ରୀ ହରିଚନ୍ଦନ କହିଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ, ମା’ ତାରିଣୀ ହେଉଛନ୍ତି ଆସ୍ଥା ଓ ବିଶ୍ବାସର ପ୍ରତୀକ। ନଡ଼ିଆଟିଏ ପଠେଇ ମାନସିକ କଲେ ତାହା ପୂରଣ ହୋଇଥାଏ। ଏହି ପୀଠକୁ କିଭଳି ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଆସି ସୁବିଧାରେ ଦର୍ଶନ କରିବା ସହିତ ରହି ପାରିବେ, ସେ ଦିଗରେ ଏହି ବିକାଶ ପ୍ରକଳ୍ପ ସହାୟକ ହେବ।

Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

ରବିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକପ୍ଟର ଯୋଗେ ଆସି ଘଟଗାଁ ଆର୍‌ସି ପ୍ରାଥମିକ ବିଦ୍ୟାଳୟ ନିକଟରେ ଅବତରଣ କରିବା ପରେ ସେଠାରୁ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌ ସୋ କରି ଯାଇଥିଲେ। ସେଠାରେ ମା’ ତାରିଣୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ପରେ ଗାୟତ୍ରୀ ନବକୁଣ୍ଡୀୟ ଯଜ୍ଞରେ ସାମିଲ ହୋଇ ପୂର୍ଣ୍ଣାହୂତି ଦେଇଥିଲେ। ପରେ ମନ୍ଦିର ପରିସରରେ ମା’ ତାରିଣୀ ପୀଠ ସମନ୍ୱିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ରେମୁଣା ବିଧାୟକ ଗୋବିନ୍ଦ ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବାରିପଦା ବିଧାୟକ ପ୍ରକାଶ ସୋରେନ ଉପସ୍ଥିତ ଥିଲେ। ଘସିପୁରା‌ ବିଧାୟକ ବଦ୍ରି ନାରାୟଣ ପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଜିଲ୍ଲାପାଳ ବିଶାଳ ସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe