କଟକ : ୨୦୧୩ ଖାନ୍ନଗର ମଣିମନ୍ଦିର ନିକଟରେ ଘଟିଥିବା ହତ୍ୟା ଉଦ୍ୟମ ମାମଲା ଓ ୨୦୧୬ ପାରାଦୀପ ତାରିଣୀଗଡ଼ା ଗୁଳିକାଣ୍ଡ ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ର ଦାୟର କରିଥିବା ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି।
ଆଜି ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ମିଶ୍ରଙ୍କ ପକ୍ଷରୁ ଦାୟର ଦୁଇ ଜାମିନ ଆବେଦନର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ହୋଇଥିଲା। ଦୁଇ ମାମଲା ସଂପର୍କିତ କେସ୍ ଡାଏରି ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ଦୁଇ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିବା ବେଳେ ଗୁରୁବାର ଦିନ ଲିଖିତ ଯୁକ୍ତି ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ରାୟ ସୋମବାର ପ୍ରକାଶ ପାଇବ।
Follow Us