ତାରିଣୀଗଡ଼ା ଗୁଳିକାଣ୍ତ ମାମଲାର ରାୟ ପ୍ରକାଶ : ଶିଳ୍ପପତି ମହିମା ମିଶ୍ର ନିର୍ଦ୍ଦୋଷ

Advertisment
ତାରିଣୀଗଡ଼ା ଗୁଳିକାଣ୍ତ ମାମଲାର ରାୟ ପ୍ରକାଶ : ଶିଳ୍ପପତି ମହିମା ମିଶ୍ର ନିର୍ଦ୍ଦୋଷ

Hindustan Times

କୁଜଙ୍ଗ : ପାରାଦୀପ ଥାନା ଅନ୍ତର୍ଗତ ତାରିଣୀଗଡ଼ା ନିକଟରେ ୨୦୧୬ ମସିହାରେ ଘଟିଥିବା ଗୁଳିକାଣ୍ତ ମାମଲାରେ ଅଭିଯୁକ୍ତ ଥିବା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ସହକାରୀ ଦୌରାଜଜ୍ ପ୍ରିୟରଞ୍ଜନ ବାରିକ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଏହି ମାମଲାରେ ୧୭ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ମାତ୍ର ଏହି ମାମଲାରେ ଶ୍ରୀ ମିଶ୍ରଙ୍କର ସମ୍ପୃକ୍ତି ଥିବା ସାବ୍ୟସ୍ତ ହୋଇ ନଥିଲା।

ପ୍ରକାଶଯୋଗ୍ୟ ଯେ ୨୦୧୬ ମସିହା ମେ ୨୯ ରାତି ୧୦ଟା ସମୟରେ ତାରିଣୀଗଡ଼ା ନିକଟରେ ତିନି ଜଣ ସନ୍ଦିଗ୍ଧ ଏକ ପଲ୍‌ସର ଗାଡ଼ିରେ ଆସି ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ରେ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ଏବଂ ଆଶୁତୋଷ ସ୍ବାଇଁ ଓରଫ ବାବ ଗୁରୁତର ଆହତ ହୋଇଥିଲେ। ତତ୍କାଳୀନ ଥାନା ଅଧିକାରୀ ଉକ୍ତ ଘଟଣାର ତଦ୍ଦନ୍ତ କରି ଶିଳ୍ପପତି ମହିମା ମିଶ୍ରଙ୍କ ନାମରେ ଚାର୍ଜସିଟ ଦାଖଲ କରିଥିଲେ। ଏହାପରେ ଏହି ମାମଲା କୁଜଙ୍ଗର ସହକାରୀ ଦୌରାଜଜ୍ ପ୍ରିୟରଞ୍ଜନ ବାରିକଙ୍କ ଅଦାଲତରେ ବିଚାରାଧୀନ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe