Photograph: (Sambad.in)
ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) କମିସନର ତଥା ଅତିରିକ୍ତ ଜିଲ୍ଲାଭାବେ ଯୋଗଦେବା ପରେ ଦୀନା ଦସ୍ତଗୀର ୨ ଦିନ ସହରର ବିଭିନ୍ନ ସ୍ଥାନ ବୁଲିବା ସହ ଚାଲିଥିବା କାମଗୁଡ଼ିକ ଅନୁଧ୍ୟାନ କରିଛନ୍ତି । ଗତକାଲି ଆର୍ଏମ୍ସିର ବିଭାଗୀୟ ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତଗୀର ତରକେରାଠାରେ ଚାଲିଥିବା ନୂତନ ଡର୍ମ୍ପିଂୟାର୍ଡ ସ୍ଥଳ ବୁଲି ଦେଖିଥିଲେ। ସହରରେ ପରିମଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଡମ୍ପିଂୟାର୍ଡକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
/filters:format(webp)/sambad/media/media_files/2025/08/13/48ce422a-51e1-4636-af0e-29c38660bfb8-2025-08-13-11-06-09.jpg)
ଏହା ପୂର୍ବରୁ ସେ ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ରୋଗୀଙ୍କ ସମ୍ପର୍କୀୟ ରହଣି ନିର୍ମିତ ସାମୟିକ ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ଥିବା ଅନ୍ତେବାସୀଙ୍କ ସହ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
Follow Us