ବିଦ୍ୟୁତ୍‌ ସଂଯୋଗ ପାଇଁ ଫୋନ୍‌ ପେ’ରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣା: ଅଧିକାରୀଙ୍କୁ ନିଲମ୍ବନ  କଲା ଟାଟା ପାୱାର

Advertisment
ବିଦ୍ୟୁତ୍‌ ସଂଯୋଗ ପାଇଁ ଫୋନ୍‌ ପେ’ରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣା: ଅଧିକାରୀଙ୍କୁ ନିଲମ୍ବନ  କଲା ଟାଟା ପାୱାର

Business Standard

ଭୁବନେଶ୍ବର: ଫୋନ୍‌ ପେ’ ମାଧ୍ୟମରେ ସୋମବାର ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଟାଟା ପାୱାର ଅଧିକାରୀ ତରୁଣ ରଂଜନ ନାୟକ ଗରିଫ ହୋଇଛନ୍ତି। ଏହି ଘଟଣା ପରେ କଂପାନି କର୍ତ୍ତୃପକ୍ଷ ମଙ୍ଗଳବାର ଶ୍ରୀ ନାୟକଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। କଂପାନି ପକ୍ଷରୁ କୁହାଯାଇଛି ଯେ, ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂପର୍କରେ ଆମେ ଅବଗତ ଅଛୁ। ଏନେଇ କଂପାନି ପକ୍ଷରୁ ଅଧିକ ତଦନ୍ତ କରାଯିବ ଏବଂ ସେ ଯଦି ନିୟମ ଉଲ୍ଲଂଘନ କରିଥାନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ,  ଜଣେ ଅଭିଯୋଗକାରୀଙ୍କ ଘରେ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ତରୁଣ ରଂଜନ ନାୟକ ଲାଞ୍ଚ ଟଙ୍କା ନେଇଥିଲେ। ସେ ଅଭିଯୋଗକାରୀଙ୍କୁ ୧୦୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ହାତାହାତି ନୁହେଁ ଫୋନ ପେ’ ମାଧ୍ୟମରେ ହିଁ ଟଙ୍କା ଦେବାକୁ ସଫା ସଫା କହିଦେଇଥିଲେ। ଏହି ଟଙ୍କା ଶୈଳଜା ମୁଦୁଲିଙ୍କ ଫୋନ ପେ’କୁ ପଠାଇବାକୁ କହିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ତରୁଣଙ୍କ ସହଯୋଗୀ ଦେଇଥିବା ଫୋନ୍ ପେ ନମ୍ବରରେ ୧୦,୦୦୦ ଟଙ୍କା ଲାଞ୍ଚ ଦେଇଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉଭୟଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe