ଜାତୀୟ ଶିକ୍ଷାନୀତି ଉପରେ ମାନସମନ୍ଥନ କରିବ ରାଜ୍ୟ, ଗଠନ ହେଲା ଟାସ୍କଫୋର୍ସ

Advertisment

ସହଯୋଗ କରିବେ ୧୦ ଜଣିଆ ନିମନ୍ତ୍ରିତ ଅତିଥି, ବିଶେଷଜ୍ଞଙ୍କୁ ନେଇ ୬ ସବ୍‌ କମିଟି ଗଠିତ

ସହଯୋଗ କରିବେ ୧୦ ଜଣିଆ ନିମନ୍ତ୍ରିତ ଅତିଥି, ବିଶେଷଜ୍ଞଙ୍କୁ ନେଇ ୬ ସବ୍‌ କମିଟି ଗଠିତ

ଜାତୀୟ ଶିକ୍ଷାନୀତି ଉପରେ ମାନସମନ୍ଥନ କରିବ ରାଜ୍ୟ, ଗଠନ ହେଲା ଟାସ୍କଫୋର୍ସ

digitallearning.eletsonline.com

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାତୀୟ ଶିକ୍ଷାନୀତି-୨୦୨୦କୁ ଅନୁମୋଦନ ମିଳିଛି। ପ୍ରାଥମିକରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ବ୍ୟାପକ ସଂସ୍କାର ଆଣାଯିବାକୁ ଏଥିରେ ନିଷ୍ପତ୍ତି ହୋଇଛି। ଏହି ଶିକ୍ଷାନୀତିକୁ କିଭଳି ଭାବେ ଓଡ଼ିଶାରେ ଲାଗୁ କରାଯିବ ସେନେଇ ରାଜ୍ୟ ସରକାର ମନସ ମନ୍ଥନ କରିବା ପାଇଁ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଯେଉଁଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସଚିବ ଓ ଅଧିକାରୀମାନେ ସଦସ୍ୟ ରହିଛନ୍ତି। ଟାସ୍କଫୋର୍ସକୁ ସହଯୋଗ କରିବାକୁ ୧୦ ଜଣ ନିମନ୍ତ୍ରିତ ଅତିଥି ରହିଥିବା ବେଳେ ୬ଟି ସବ୍‌ କମିଟି ଗଠନ ହୋଇଛି।

ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତ‌ାରେ ଗଢ଼‌ାଯାଇଥିବା ଏହି ଟାସ୍କଫୋର୍ସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗ, ଅର୍ଥ ବିଭାଗ, ପଞ୍ଚ‌ାୟତିରାଜ ଓ ପାନୀୟ ଜଳ ବିଭାଗ, ଏସ୍‌ଟି ଓ ଏସ୍‌ ଉନ୍ନୟନ, ପଛୁଆ ବର୍ଗ ଉନ୍ନୟନ ବିଭାଗ, ଉଚ୍ଚଶିକ୍ଷା ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ସଦସ୍ୟ ରହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ/ଯୁଗ୍ମ ସଚିବଙ୍କୁ ଟ‌ାସ୍କଫୋର୍ସର ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ଟାସ୍କଫୋର୍ସକୁ ସହଯୋଗ କରିବାକୁ ୧୦ ଜଣଙ୍କୁ ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରାଯାଇଛି। ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ଲାଙ୍ଗୁଏଜ୍‌ ଆଣ୍ଡ ଲର୍ଣ୍ଣିଂ ଫାଉଣ୍ଡେସନ(ଏଲ୍‌ଏଲ୍‌ଏଫ୍‌)ର ଡି. ଜିଗ୍‌ରାନ, ବୋଷ୍ଟନ୍‌ କନ୍‌ସଲଟିଂ ଗ୍ରୁପ(ବିସିଜି)ର ସୀମା ବନ୍‌ସଲ୍‌, ଏସ୍‌ସିଏସ୍‌ଟିଆରଟିଆଇର ନିର୍ଦେଶକ ପ୍ରଫେସର ଏ ବି ଓତା, ଟିଆଇଏସ୍‌ଏସ୍‌ର ଆସୋସିଏଟ୍‌ ପ୍ରଫେସର ସ୍ତବିର ଖୋରା, ରମାଦେବୀ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ପ୍ରମୋଦ ତ୍ରିପାଠୀ, ପ୍ରଫେସର କିଶୋର ବାସା, ରେଭେନ୍ସା ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନୀଳମାଧବ ବୋଷ, ଓସେପା ଯୁଗ୍ମ ନିର୍ଦେଶକ ସନାତନ ପଣ୍ଡାଙ୍କୁ ମନୋନୀତ କରାଯାଇଛି। ଏମାନଙ୍କ ବ୍ୟତୀତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣେ ବିଶେଷଜ୍ଞଙ୍କୁ ଏହି କମିଟିକୁ ମନୋନୀତ କରିବାକୁ ପରାମର୍ଶ ଦିଆଯାଇଥିଲା। ସେହି ଅନୁଯାୟୀ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କୁ ଏହି କମିଟିକୁ ମନୋନୀତ କରାଯାଇଛି।

ଏହାବ୍ୟତୀତ ବିଷୟବସ୍ତୁ ସମ୍ବଳିତ ୬ଟି କମିଟି ଗଠନ ହୋଇଛି। ‌ଯେଉଁଥି‌ରେ ବିଭିନ୍ନ ବିଭାଗର ପ୍ରତିନିଧି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ନିର୍ଦେଶାଳୟ ଓ ଶିକ୍ଷା ବିଶେଷଜ୍ଞମାନେ ରହିଛନ୍ତି। ଯେତେବେଳେ ଆବଶ୍ୟକ ପଡ଼ିବ ଶିକ୍ଷା ଉପରେ କାମ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ, ଅଭିଭାବକଙ୍କ ପ୍ରତିନିଧି ଓ ଶିକ୍ଷକ ସଂଘକୁ ବି ସାମିଲ କରାଯାଇପ‌ାରେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଭିନ୍ନ ନିର୍ଦେଶାଳୟଗୁଡ଼ିକ ଆବଶ୍ୟକ ସ୍ଥଳେ ଟାସ୍କଫୋର୍ସ ଓ ସବ୍‌ କମିଟିଗୁଡ଼ିକୁ ତଥ୍ୟ ଯୋଗାଇ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe