ନାବାଳିକା ବିବାହ ବନ୍ଦ କଲା ଟାସ୍କଫୋର୍ସ

Advertisment
ଚୁଲାଭଟରେ ବାଲ୍ୟବିବାହ ଅଟକାଇଲା ପ୍ରଶାସନ

ହରିଚନ୍ଦନପୁର : ହରିଚନ୍ଦନପୁର ପଞ୍ଚାୟତ ହରିଡ଼ାଗୋଠ ଗ୍ରାମରେ ଶୁକ୍ରବାର ଦିନ ଏକ ନାବାଳିକା ବିବାହ ବନ୍ଦ କରିଛି ଟାସ୍କଫୋର୍ସ।

ସୂଚନାଯୋଗ୍ୟ, ହରିଡ଼ାଗୋଠ ଗ୍ରାମର ଚନ୍ଦ୍ର ମାଝୀଙ୍କ ପୁଅ ଗୁର୍ବାଙ୍କ ବିବାହ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବାଲିଆ ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ସହ ସ୍ଥିର ହୋଇଥିଲା। ଏନେଇ ବରଘର ହରିଡ଼ାଗୋଠ ଗ୍ରାମରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଟାସ୍କଫୋର୍ସ ଖବର ପାଇ ଶୁକ୍ରବାର ହରିଡ଼ାଗୋଠ ଗ୍ରାମରେ ପହଞ୍ଚି ଉଭୟ ପରିବାରକୁ ବୁଝାସୁଝା କରିଥିଲା। ପରେ କନ୍ୟାପକ୍ଷ ଝିଅକୁ ନେଇ ଗାଁକୁ ଫେରିଯାଇଥିଲେ। ଝିଅକୁ ୧୮ ବର୍ଷ ହେଲେ ବିବାହ କରାଯିବ ବୋଲି ଏକ ଚୁକ୍ତିନାମା ଟାସ୍କଫୋର୍ସ ଅଧିକାରୀଙ୍କ ଉପସ୍ଥିତିରେ ଲେଖା ଯାଇଥିଲା। ଟାସ୍କଫୋର୍ସରେ ସିଡିପିଓ ପ୍ରବୀଣା ନାଏକ, ଏବିଡିଓ ବିପ୍ରଚରଣ ପ୍ରଧାନ, ବ୍ଲକ୍‌ ସମ୍ପ୍ରସାରଣ ଅଧିକାରୀ ରାକେଶ ରୋଶନ ଦାଶ, ସରପଞ୍ଚ ଲକ୍ଷ୍ମୀଧର ମାଝୀ, ସମିତି ସଭ୍ୟ ଅମ୍ବିକା ପ୍ରସାଦ ସାହୁ, ଗଦାଧର ମହାନ୍ତ, ପ୍ରସନ୍ନ ବେହେରା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe