ଭୁବନେଶ୍ବରରେ ହେବ ଟାଟା ମେମୋରିଆଲ କ୍ୟାନସର ହସପିଟାଲ

Advertisment

କେନ୍ଦ୍ର ସରକାର ଦେବେ ୪୦୦ କୋଟି, ଟାଟା ଟ୍ରଷ୍ଟ ଦେବ ୨୫୦ କୋଟି

କେନ୍ଦ୍ର ସରକାର ଦେବେ ୪୦୦ କୋଟି, ଟାଟା ଟ୍ରଷ୍ଟ ଦେବ ୨୫୦ କୋଟି

ଭୁବନେଶ୍ବରରେ ହେବ ଟାଟା ମେମୋରିଆଲ କ୍ୟାନସର ହସପିଟାଲ

ଭୁବନେଶ୍ବର : ଜଟଣିସ୍ଥିତ ନାଇଜର ପରିସରରେ ଏକ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ ସ୍ଥାପନ ପାଇଁ  ଓଡ଼ିଶା ସରକାର ଓ ଟାଟା କ୍ୟାନସର ସେଣ୍ଟର ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।

ବୁଧବାରଦିନ ଲୋକସେବା ଭବନଠାରେ ଏହି ବୁଝାମଣାପତ୍ର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ଓ ଟାଟା ମେମୋରିଆଲ ସେଣ୍ଟର ପକ୍ଷରୁ ସ୍ବାକ୍ଷରିତ ହୋଇଛି ।

ଏହି ହସପିଟାଲରେ ମୋଟ ୬୦୦ କୋଟି ଟଙ୍କା ବ୍ୟୟ ହେବ । ଏହା ମଧ୍ୟରୁ  ୪୦୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ମନ୍ତ୍ରାଳୟ, ୨୫୦ କୋଟି ଟଙ୍କା ଟାଟା ଟ୍ରଷ୍ଟ ଯୋଗାଇ ଦେବେ । ଅନ୍ୟପକ୍ଷରେ  ରାଜ୍ୟ ସରକାର ଏହି ହସପିଟାଲ ପାଇଁ ୪୦ ଏକର ଜମି ଓ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦେବେ । ଏହା ସହିତ ରାଜ୍ୟ ସରକାର ରେଡିଓ ଆଇସୋଟପ୍ସ ନିମନ୍ତେ ଏକ ସାଇକ୍ଲୋଟ୍ରୋନ ମେସିନ ଯୋଗାଇ ଦେବେ ।

ପ୍ରଥମ ପର୍ଯ୍ୟାୟରେ ଏହି ହସପିଟାଲ ପାଇଁ ନାଇଜର ୧୭ ଏକର ଜମି ଯୋଗାଇ ଦେବ । ପରେ ଏହାର ସଂପ୍ରସାରଣ ପାଇଁ ରାଜ୍ୟ ସରକାର ଆଉ ୪୦ ଏକର ଜମି ଯୋଗାଇଦେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି କ୍ୟାନସର ହସପିଟାଲ କେବଳ ଓଡ଼ିଶାବାସୀ ନୁହନ୍ତି, ରାଜ୍ୟ ବାହାରର ଲୋକମାନଙ୍କ ବି ଆବଶ୍ୟକତା ମେଣ୍ଟାଇବ । ଏହି ହସପିଟାଲ ସ୍ଥାପନକୁ ସାକାର କରିଥିବାରୁ ସେ କେନ୍ଦ୍ର ସରକାର, ଟାଟା ଟ୍ରଷ୍ଟ ଓ ନାଇଜରକୁ କୃତଜ୍ଞତା ଜଣାଇଛନ୍ତି । ଏହି ପ୍ରକଳ୍ପ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ର ମଧ୍ୟରେ ସମନ୍ବୟର ଏକ ଉଦାହରଣ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe