ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ : ପୁତୁରା ସହ ହାଜର ହେଲେ ସରପଞ୍ଚ, ବୟାନ୍‌ ରେକର୍ଡ଼, ମୋବାଇଲ୍‌ ଯାଞ୍ଚ

Advertisment
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ : ପୁତୁରା ସହ ହାଜର ହେଲେ ସରପଞ୍ଚ, ବୟାନ୍‌ ରେକର୍ଡ଼, ମୋବାଇଲ୍‌ ଯାଞ୍ଚ

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ନାଁରେ ହୋଇଥିବା ଠକେଇ ଘଟଣାରେ ବ୍ରହ୍ମପୁରରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତଦନ୍ତ ଜାରି ରଖିଛି। ଆଜି ତୃତୀୟ ଦିନରେ ଦୁଇଜଣଙ୍କ ବୟାନ୍‌ ରେକର୍ଡ଼ କରାଯାଇଛି। କୁକୁଡ଼ାଖଣ୍ଡି ବ୍ଲକ ବୋରିଗାଁ ସପରଞ୍ଚ ବସନ୍ତ କୁମାର ସାହୁ ଓ ତାଙ୍କ ପୁତୁରା ଆଜି କ୍ରାଇମ୍‌ବ୍ରାଞ୍ଚ ଆଗରେ ହାଜର ହୋଇଥିଲେ। ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ଥିବା ଆଇପିଏସ୍‌ ମେସ୍‌ରେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ଉଭୟଙ୍କ ବୟାନ୍‌ ରେକର୍ଡ କରିଥିଲେ। ଗତକାଲି ମଧ୍ୟ ସରପଞ୍ଚ ଶ୍ରୀ ସାହୁ କ୍ରାଇମ୍‌ବ୍ରାଞ୍ଚ ଆଗରେ ହାଜର ହୋଇଥିଲେ। ତାଙ୍କର ପୁତୁରା ଟାଟା ମୋଟର୍ସରେ ଚାକିରି ପାଇଁ ବାୟୋଡାଟା ପଠାଇଥିବା ସରପଞ୍ଚ କହିଥିଲେ। ଏଣୁ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ସରପଞ୍ଚଙ୍କ ପୁତୁରାଙ୍କୁ ମଧ୍ୟ ଆଜି ଡକାଇଥିଲା। ପ୍ରାୟ ୪୫ମିନିଟ୍‌ ପର୍ଯ୍ୟନ୍ତ ଉଭୟଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜେରା କରିଥିଲା।

ସରପଞ୍ଚଙ୍କ ପୁତୁରା ତାଙ୍କ ମୋବାଇଲ୍‌ ଜରିଆରେ ଅନ୍‌ଲାଇନ୍‌ରେ ଚାକିରି ପାଇଁ ଆବେଦନ କରିଥିଲେ। ଏଣୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତାଙ୍କର ମୋବାଇଲ୍‌ ଯାଞ୍ଚ କରିଛି। କାହା ଜରିଆରେ ସେ ବାୟୋଡାଟା ପଠାଇଛନ୍ତି, କାହାକୁ ଟଙ୍କା ଦେଇଛନ୍ତି କି ନାହିଁ, ସେ ନେଇ ତାଙ୍କୁ ଜେରା କରାଯାଇଥିଲା। ସରପଞ୍ଚ ଶ୍ରୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଆଜି ପୁଣିଥରେ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଡାକିଥିଲା। ଚାକିରି ପାଇଁ ତାଙ୍କ ପୁତୁରା ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଚାକିରି ପାଇଁ ଟଙ୍କା ନେଣଦେଣ କାରବାର ହୋଇ ନାହିଁ ବୋଲି ସରପଞ୍ଚ କହିଛନ୍ତି। ଆଜି ଏହି ଦୁଇଜଣ କେବଳ କ୍ରାଇମ୍‌ବ୍ରାଞ୍ଚ ଆଗରେ ହାଜର ହୋଇଥିଲେ। ଆସନ୍ତାକାଲି ପୁଣିଥରେ କିଛି ଲୋକଙ୍କୁ ଜେରା ପାଇଁ ଡକାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe