ଭୁବନେଶ୍ବର: ଟାଟା ମୋଟର୍ସ ପକ୍ଷରୁ ୧୭ ନୂଆ ପିଢ଼ିର ଟ୍ରକ୍‌ ଉନ୍ମୋଚନ କରାଯାଛି। ଆଜ୍ୟୁରା ସିରିଜ୍‌ ଅଧୀନରେ ଆସିଥିବା ଏହି ଟ୍ରକ୍‌ଗୁଡ଼ିକ ସୁରକ୍ଷା, ଲାଭ ଓ ପ୍ରଗତିରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଥିବା କମ୍ପାନି ପକ୍ଷରୁ କୁହାଯାଇଛି। କମ୍ପାନି ପକ୍ଷରୁ ଇଲେକ୍ଟ୍ରିକ ଟ୍ରକ୍‌ ଉନ୍ମୋଚନ କରାଯାଇଛି ଯାହା ୭ରୁ ୫୫ ଟନ୍‌ ପର୍ଯ୍ୟନ୍ତ କ୍ଷମତାରେ ଉପଲବ୍ଧ ହୋଇଛି। ଏହି ଟ୍ରକ୍‌ଗୁଡ଼ିକୁ ଇ-କମର୍ସ, ନିର୍ମାଣ ଓ ବନ୍ଦର କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। କମ୍ପାନି ପକ୍ଷରୁ ୭,୯ ଓ ୧୨ ଟନ୍‌ ବର୍ଗରେ ଅତ୍ୟାଧୁନିକ ହାଲୁକା ଇଲେକ୍ଟ୍ରିକ୍‌ ଟ୍ରକ୍‌ ମଧ୍ୟ ଉନ୍ମୋଚନ କରାଯାଇଛି। କମ୍ପାନିର ପ୍ରାଇମା ଇ.୫୫ଏସ୍‌ ମଡେଲ୍‌ଷର ୪୭୦ କିଲୋୱାଟ୍‌ର ଶକ୍ତି ଓ ୪୫୩ କେଡବ୍ଲ୍ୟୁଏଚ୍‌ର ବ୍ୟାଟେି କ୍ଷମତା ରହିଛି।

Advertisment

ଆହୁରି ପଢନ୍ତୁ- Puri: ଶ୍ରୀମନ୍ଦିର ଉପରେ ବୋମାମାଡ଼ ନେଇ ସୋସିଆଲ ମିଡିଆରେ ଧମକ

ଏହି ଅବସରରେ କମ୍ପାନିର ଏମ୍‌ଡି ଓ ସିଇଓ ଗିରିଶ ୱାଗ କହିଛନ୍ତି ଯେ ସୁରକ୍ଷିତ ଓ ସ୍ବଚ୍ଛ ଗାଡ଼ିର ଚାହିଦା ବଢ଼ିବା ସହ ଦୋର ଟ୍ରକ୍‌ ଦୃଶ୍ୟପଟ୍ଟରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ୟୁରୋପୀୟ ମାନର କ୍ୟାବିନ, ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ସହ ଆଜ୍ୟୁରା ସିରିଜ, ଇଲେକଟ୍ରିକ ଟ୍ରକ୍‌ ଓ ଟିପରକୁ ଉନ୍ମୋଚନ କରାଯାଇଛି। ଆଜ୍ୟୁରା ଟ୍ରକ୍‌ଗୁଡ଼ିକ ୭-୧୯ ଟନ୍‌ କ୍ଷମତାରେ ଉପଲବ୍ଧ ହୋଇଥିବା ବେଳେ ତାହାକୁ ଇ-କମର୍ସ, ଏଫ୍ଏମ୍‌ସିଜି, ହ୍ବାଇଟ୍‌ ଗୁଡ୍‌ସ ପରିବହନ, ନିର୍ମାଣ ସାମଗ୍ରୀ ପରିବହନ, କୃଷି ଓ ଶିଳ୍ପ ସାମଗ୍ରୀ ପରିବହନ ଆଦି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ।

ଆହୁରି ପଢନ୍ତୁ- National Kho Kho: ଜାତୀୟ ଖୋଖୋରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଏଚ୍‌ପିସି ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ