ବିଦ୍ୟୁତ୍‌ ଆଘାତରେ ଟାଟା ପାୱାର କର୍ମଚାରୀଙ୍କ ମୃତ୍ୟୁ

Advertisment
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ସୋହେଲା: ବରଗଡ଼ ଜିଲ୍ଲା ଘେଁସ୍‌ ବିଦ୍ୟୁତ୍‌ ସେକ୍‌ସନ ଅଧୀନସ୍ଥ ଛୁରିଆପାଲି ପଂଚାୟତ ଥପାପାଲି ଗ୍ରାମ ନିକଟରେ ବିଦ୍ୟୁତ୍‌ ଖୁଣ୍ଟକୁ ଚଢ଼ି ମରାମତି କାମ କରୁଥିବା ବେଳେ ଆଜି ବିଦ୍ୟୁତ୍‌ ଆଘାତରେ ଜଣେ ଟାଟା ପାୱାର କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସୋହେଲା ନିକଟସ୍ଥ ଇଛାପାଲି ଗ୍ରାମର ସୁଶାନ୍ତ ଝାଙ୍କର (୨୮)।

ପ୍ରକାଶ ଯେ, ଇଛାପାଲି ଗ୍ରାମର ହୀରା ଝାଙ୍କରଙ୍କ ପୁଅ ସୁଶାନ୍ତ ଟାଟା ପାୱାର କମ୍ପାନିରେ ଲାଇନମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲେ। ସେ ତାଙ୍କ ସହାୟକଙ୍କ ସହିତ ବୁଧବାର ପୂର୍ବାହ୍ନ ପ୍ରାୟ ୯ଟାରେ ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ୍‌ ୱେ ଥପାପାଲି ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବରେ ଥିବା ଏକ ବିଦ୍ୟୁତ୍‌ ଖୁଂଟରେ ମରାମତି କାମ କରୁଥିଲେ। ଏହି ସମୟରେ ବିଦ୍ୟୁତ୍‌ କରେଂଟ ଲାଗି ସେ ଖୁଂଟରୁ ତଳକୁ କଚାଡ଼ି ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁଶାନ୍ତଙ୍କ ସହାୟକ ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ସୋହେଲାରୁ କମ୍ପାନିର ଏକ ବଲେରୋ ଗାଡ଼ିରେ ସୁଶାନ୍ତଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋହେଲା ପୁଲିସ୍‌ ଘଟଣାର ଖବର ପାଇ ଡାକ୍ତରଖାନକୁ ଯାଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଥିଲେ। ଅପରାହ୍ଣରେ ବରଗଡ଼ରୁ ସୁଶାନ୍ତଙ୍କ ମରଶରୀର ଇଛାପାଲି ଗ୍ରାମରେ ପହଂଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଥିଲା। ମୃତ ଯୁବକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe