ଆଜିଠାରୁ ଟାଟା ପାୱାର ହାତକୁ ଗଲା ସେସୁର ପରିଚାଳନା , ସେସୁର ସବୁ କର୍ମଚାରୀଙ୍କୁ ନିଯୁକ୍ତି ଦେବ

Advertisment
ଆଜିଠାରୁ ଟାଟା ପାୱାର ହାତକୁ ଗଲା ସେସୁର ପରିଚାଳନା , ସେସୁର ସବୁ କର୍ମଚାରୀଙ୍କୁ ନିଯୁକ୍ତି ଦେବ

ଭୁବନେଶ୍ୱର : ଭାରତର ସର୍ବବୃହତ ସମନ୍ୱିତ ୟୁଟିଲିଟି ଟାଟା ପାୱାର ଓଡ଼ିଶାର ୫ଟି ସର୍କଲ୍ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଢେଙ୍କାନାଳରେ ବିଦ୍ୟୁତର ଖୁଚୁରା ଯୋଗାଣ ଓ ବିତରଣ ପାଇଁ ଓଡ଼ିଶା ବିଦ୍ୟୁତ  ନିୟାମକ ଆୟୋଗ (ଓଇଆରସି)ଙ୍କ ଠାରୁ ଲେଟର ଅଫ୍ ଇଟେଂଟ୍ (ଏଲଓଆଇ) ହାସଲ କରିବା ବେଳେ ସେସୁର ପରିଚାଳନାକୁ ଅଧିଗ୍ରହଣ କରିବା ବିଷୟରେ ଘୋଷଣା କରିଛି । ୨୦୨୦ ମେ’ ୨୮ରେ ଓଡ଼ିଶା ବିଦ୍ୟୁତ  ନିୟାମକ ଆୟୋଗ (ଓଇଆର୍ସି) ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ ଟାଟା ପାୱାର ପରିଚାଳନା ନିୟନ୍ତ୍ରଣ ସହିତ ୫୧ ପ୍ରତିଶତ ଅଂଶଧନ ପାଇବ ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଗ୍ରୀଡକୋ ପାଖରେ କଂପାନିର ବଳକା ୪୯ ପ୍ରତିଶତ ଅଂଶଧନ ଅଂଶଧନ ରହିବ ।

ପାଂଚଟି କ୍ଷେତ୍ରରେ ବିତରଣ ବ୍ୟବସ୍ଥାରେ ଉନ୍ନତି ଓ ଆଧୁନିକୀକରଣ ପାଇଁ ଟାଟା ପାୱାର ପ୍ରତିବଦ୍ଧ । ଭରସାଯୋଗ୍ୟତାରେ ଉନ୍ନତି ଆଣିବା, ବିତରଣ ଓ ପରିବହନ ଜନିତ କ୍ଷତିକୁ କମ୍ କରିବା ଏବଂ ଉତ୍ତମ ଗ୍ରାହକ ସେବା ପ୍ରଦାନ କରିବାକୁ କଂପାନି ପ୍ରାଥମିକତା ଦେବ । ବୁଝାମଣା ଅନୁସାରେ ସେସୁର ସମସ୍ତ କମର୍ଚାରୀଙ୍କୁ କଂପାନି ନିଜ ପାଖରେ ରଖିବ ଏବଂ ପୂର୍ବ ନୀତି ଢ଼ାଂଚା ଅନୁସାରେ ସେମାନଙ୍କ ପରିଚାଳନା କରିବ । ସେସୁ ପରିଚାଳନାରେ ପରିବର୍ତନର ଅଂଶ ସ୍ୱରୂପ ଟାଟା ପାୱାର ପକ୍ଷରୁ ଶ୍ରେଷ୍ଠ ପ୍ରଥା ଏବଂ ପ୍ରଯୁକ୍ତି ସହିତ କର୍ମଚାରୀମାନଙ୍କ ଜ୍ଞାନ ଓ କୌଶଳରେ ଉନ୍ନତି ଆଣିବା ଲାଗି ସେମାନଙ୍କୁ ଉନ୍ନତ ସୁଯୋଗ ଓ ସୁବିଧା ପ୍ରଦାନ କରିବ ।

ଏହି ଅବସରରେ ଟାଟା ପାୱାରର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ପ୍ରବିର ସିହ୍ନା କହିଛନ୍ତି ଯେ, “ସେସୁ ସହିତ ଆମର ସହବନ୍ଧନ ଟାଟା ପାୱାର ପାଇଁ ବହୁତ ବଡ଼ ବିଷୟ । ଆମକୁ ଏହି ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାର ଓ ଓଇଆରସି ପ୍ରତି ଆମେ କୃତଜ୍ଞ । ଅଭିନବ ପ୍ରଯୁକ୍ତି ସହିତ ଭରସାଯୋଗ୍ୟ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ  ଯୋଗାଣ କରିବାକୁ ଆମେ ପ୍ରତିବଦ୍ଧ । ଦେଶର ସବୁଠୁ ପସନ୍ଦଯୋଗ୍ୟ ବିଦ୍ୟୁତ  ବିତରଣ କଂପାନି ହେବା ଲାଗି ଆମେ ନିରନ୍ତର ଉଦ୍ୟମ କରୁଛୁ । ଆମର ଦିଲ୍ଲୀ, ମୁମ୍ବାଇ ଓ ଆଜମେର ବିତରଣ ବ୍ୟବସାୟ ହେଉଛି ଏହି ସଫଳତାର ସ୍ୱୀକୃତି ଭଳି ।’’

ଟାଟା ପାୱାରର ୨୫ ବର୍ଷ ପାଇଁ ଲାଇସେନ୍ସ ହାସଲ କରିଛି । ଭୁବନେଶ୍ୱର (ବିଦ୍ୟୁତ  ସର୍କଲ ୧ ଓ ୨), କଟକ, ପାରାଦୀପ ଓ ଢେଙ୍କାନାଳ ଭଳି ପାଂଚଟି ବିଦୁ୍ୟତ କ୍ଷେତ୍ର ୩୦,୦୦୦ ବର୍ଗକିଲୋମିଟରରୁ ଅଧିକ ଅଂଚଳରେ ପରିବ୍ୟାପ୍ତ ଯାହା ଅଧୀନରେ ୧.୪ କୋଟି ଲୋକ ଏବଂ ୨.୫ ନିୟୁତ ଗ୍ରାହକ ସଂଖ୍ୟା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe