ଓଡ଼ିଶାରେ ଡିଜିଟାଲ ପେମେଣ୍ଟ ଜରିଆରେ ବିଜୁଳି ଦେୟ ପ୍ରଦାନକୁ ଟାଟା ପାୱାରର ପ୍ରେତ୍ସାହନ

Advertisment
ଉପଭୋକ୍ତା ଆଶ୍ବସ୍ତ: ବଢ଼ିବନି ବିଜୁଳି ଦର, ବିଲ୍‌ ପଇଠରେ ବିଳମ୍ବ ହେଲେ ଜରିମାନା ନାହିଁ

New Indian Express

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଗଠନ ହୋଇଥିବା ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ  ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଶୂନ ବକେୟା ସହିତ ନିଜର ମାସିକ ବିଦ୍ୟୁତ ବିଲକୁ ଡିଜିଟାଲ୍ ମାଧ୍ୟମ ବ୍ୟବହାର କରି ପେମେଣ୍ଟ କରୁଥିବା ଗ୍ରାହକମାନଙ୍କ ପାଇଁ ୨୦୨୦ ଜୁଲାଇରୁ ସେପ୍ଟେମ୍ବର ଭିତରେ “ପ୍ଲେ ଆଣ୍ଡ୍ ୱିନ” ପ୍ରତିଯୋଗିତା ଘୋଷଣା କରାଯାଇଛି ।

ଏହା ବ୍ୟତୀତ, ଏହି ନିର୍ଦ୍ଧାରିତ ସମୟରେ ଯେଉଁ ଗ୍ରାହକମାନେ ନିୟମିତ ଭାବେ ଡିଜିଟାଲ୍ ବିଲ୍ ପେମେଣ୍ଟ କରିବେ ସେଭଳି ଗ୍ରାହକଙ୍କ ତାଲିକା ମଧ୍ୟରୁ ବିଜେତା ଚୟନ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଲକି ଡ୍ର ଆୟୋଜନ କରାଯିବ ।

ଟିପିସିଓଡିଏଲ୍ ପକ୍ଷରୁ ୨୬ ଲକ୍ଷ ଗ୍ରାହକଙ୍କ ସହିତ ୧.୩୬ କୋଟି ଲୋକଙ୍କୁ ସେବା ପ୍ରଦାନ କରାଯାଉଛି ଓ ସେହି ଗ୍ରାହକମାନଙ୍କ ମଧ୍ୟରୁ ପ୍ରାୟ ୧.୫ ଲକ୍ଷ ଗ୍ରାହକ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଗ୍ରହଣ କରୁଛନ୍ତି । ଏହା ପଛର ଚିନ୍ତାଧାରା ହେଉଛି ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଏବଂ ବିଦ୍ୟୁତ  ବିଲକୁ ଠିକ୍ ସମୟରେ ଦେବା ଲାଗି ଉତ୍ସାହିତ କରିବା । ଏଥିପାଇଁ, ପ୍ରତି ଘର, ହସ୍ପିଟାଲ୍, ଲାବୋରେଟୋରି ଓ କଂପାନିର ଓଡ଼ିଶା ପରିଚାଳନା ଅଧୀନରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ପ୍ରଦାନ କରିବା ଲାଗି କାର୍ଯ୍ୟ କରୁଥିବା ଓ ବାସ କରୁଥିବା ଲୋକଙ୍କୁ ନିରନ୍ତର, ନିରବଚ୍ଛିନ୍ନ ଓ ଅବାଧ ବିଦୁ୍ୟତ ଯୋଗାଣକୁ ନିଶ୍ଚିତ କରିବା ଲାଗି କଂପାନି ପକ୍ଷରୁ ବିଭିନ୍ନ ପ୍ରକାରର ଡିଜିଟାଲ୍ ପେମେଣ୍ଟ ବିକଳ୍ପ ଆରମ୍ଭ କରାଯାଇଛି ।

ଗ୍ରାହକମାନଙ୍କୁ ନୂତନ ପିଢ଼ିର ସମାଧାନ ପ୍ରଦାନ କରୁଥିବା ଉତ୍ତମ ଡିଜିଟାଲ୍ ପ୍ରଯୁକ୍ତିର ଆଗୁଆ ଗ୍ରହଣକାରୀ ଭାବେ ଟିପିସିଓଡିଏଲ୍ ପକ୍ଷରୁ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଭଳି ପେମେଣ୍ଟ ସମାଧାନ ପ୍ରଦାନ କରୁଥିବା ଶିଳ୍ପର ଅଗ୍ରଣୀ ସଂସ୍ଥା, ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ, ପେଟିଏମ୍, ଫୋନପେ, ଆମାଜନ୍ ପେ, ଗୁଗୁଲ୍ ପେ ଇତ୍ୟାଦି ସହିତ ସହଯୋଗିତା ସ୍ଥାପନ କରାଯାଇଛି । ପୁନଶ୍ଚ, ଗ୍ରାହକମାନେ ଟିପିସିଓଡିଏଲ୍ ମୋବାଇଲ୍ ଆପ୍ ଓ ଓଡ଼ିଶା ସରକାରଙ୍କ ଅନଲାଇନ୍  ପେମେଣ୍ଟ ପୋର୍ଟାଲ୍ ଜରିଆରେ ମଧ୍ୟ ପେମେଣ୍ଟ କରିପାରିବେ ଏବଂ ବାସ୍ତବ ସମୟରେ ସମସ୍ୟାଗୁଡ଼ିକର ସମାଧାନ ଚାହୁଁଥିବା ଗ୍ରାହକମାନେ ସହାୟତା ପାଇଁ ଦେୟମୁକ୍ତ ନମ୍ବର ୧୯୧୨ରେ ଆମ ସହ ସମ୍ପର୍କ ସ୍ଥାପନ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe