Outlook India
ପଦ୍ମପୁର: ଟାଟା ପାୱାର୍ ମନମୁଖି କଲେ ଏହାର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି ପାଇକମାଳ ବ୍ଲକ୍ର ରାଜବୋଡ଼ାସମ୍ବର କୃଷକ ସଂଗଠନ। ସଂଗଠନର ସଭାପତି ନନ୍ଦଲାଲ ତ୍ରିବେଦୀଙ୍କ ନେତୃତ୍ବରେ ବୁଧବାର ପାଇକମାଳ ବ୍ଲକ୍ କାର୍ଯ୍ୟାଳୟରେ ଚାଷୀ ପ୍ରତିନିଧି, ତହସିଲଦାର ଓ ବିଦ୍ୟୁତ ବିତରକ ସହକାରୀ ଯନ୍ତ୍ରୀଙ୍କ ମଧ୍ୟରେ ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଥିଲା। କୃଷକ ସଂଗଠନ ପକ୍ଷରୁ ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ଓ ଦୁର୍ଯ୍ୟୋଧନ ସାହୁ ଅଞ୍ଚଳର ବିଦ୍ୟୁତ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।
ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଆଗାମୀ ଦିନରେ ବିଦ୍ୟୁତ ସମସ୍ୟା ରହିବ ନାହିଁ। ଯଦି ଅସୁବିଧା ହୁଏ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଯଦି ଟାଟା ପାୱାର ମନମୁଖି କରେ କୃଷକ ସଂଗଠନ ଆନ୍ଦୋଳନ କରି କଡ଼ା ଜବାବ ଦେବ ବୋଲି ବୈଠକରେ ଚେତାବନୀ ଦିଆଯାଇଛି। ବୈଠକରେ ଗୁରୁଚରଣ ସାହୁ, ରୋହିତ ପ୍ରଧାନ, ଭଗବାନ ପ୍ରଧାନ, ରମେଶ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Follow Us