ଉପଭୋକ୍ତାଙ୍କୁ ଚାପୁଡ଼ା ମାରିଲେ ଟାଟା ପାୱାର ମହିଳା କର୍ମଚାରୀ

ଉପଭୋକ୍ତାଙ୍କୁ ଚାପୁଡ଼ା ମାରିଲେ ଟାଟା ପାୱାର ମହିଳା କର୍ମଚାରୀ

punchng.com

ଦଶରଥପୁର :  ଗ୍ରାମାଞ୍ଚଳକୁ ମିଟର ଯାଞ୍ଚ କରିବାକୁ ଆସିଥିବା ବିଦ୍ୟୁତ୍‌ ବିତରଣ କମ୍ପାନି ଟାଟା ପାୱାରର ଜନୈକା ମହିଳା କର୍ମଚାରୀଙ୍କ ଦବଙ୍ଗଗିରିକୁ ନେଇ ଏଠାରେ ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ ମହିଳା କର୍ମଚାରୀ ‌ଜଣେ ଉପଭୋକ୍ତାଙ୍କୁ ମାଡ଼ ମାରିଥିବାବେଳେ ଏହାର ଭିଡିଓ ଭାଇରାଲ ହୋଇଛି।

ଦଶରଥପୁର ବ୍ଲକ କସପା ପଞ୍ଚାୟତ ପଲାସାହି ଗ୍ରାମକୁ ଗୁରୁବାର ଦିନ ଟାଟା ପାୱାର କର୍ମଚାରୀ ମିଟର ଯାଞ୍ଚ ପାଇଁ ପହଞ୍ଚିଥିଲେ। ବିଭିନ୍ନ ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ, ଲୋ-ଭୋଲ୍‌ଟେଜ୍ ଆଦି ସମସ୍ୟାକୁ ନେଇ ଗାଁ ଲୋକେ ପ୍ରଶ୍ନ କରିଥିଲେ। ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳର ଜଣେ ଉପଭୋକ୍ତା ନିଜ ମୋବାଇଲ୍‌ରେ ରେକର୍ଡିଂ କରୁଥିଲେ। ସମ୍ପୃକ୍ତ ଟାଟା ପାୱାର ଟିମର ମହିଳା କର୍ମଚାରୀ ରଶ୍ମିତା ବେହେରା ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଚାପୁଡ଼ା ମାରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଏନେଇ ଟିମ୍‌ର ଲିଡରଙ୍କୁ ଅଭିଯୋଗ କରିଥିଲେ। ସହଯୋଗୀମାନେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଗାଡ଼ିରେ ବସାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe